ଏମ୍ସ ରେ ଭାରତର ଅଙ୍ଗ ପ୍ରତିରୋପଣ ଇକୋସିଷ୍ଟମକୁ ମଜବୁତ କରିବ...

Feb 24, 2026 - 11:58
 15
ଏମ୍ସ ରେ ଭାରତର ଅଙ୍ଗ ପ୍ରତିରୋପଣ ଇକୋସିଷ୍ଟମକୁ ମଜବୁତ କରିବ...

ଏମ୍ସ ରେ ଭାରତର ଅଙ୍ଗ ପ୍ରତିରୋପଣ ଇକୋସିଷ୍ଟମକୁ ମଜବୁତ କରିବ...

ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷା ଡ. ଅନୀତା ସକ୍ସେନା, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ଅଙ୍କିତା ମିଶ୍ର ବୁନ୍ଦେଲା ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏପରି ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ସଫଳତା ପାଇଁ ସମସ୍ତ ସମର୍ଥନ ପ୍ରଦାନ ସହିତ ଦୃଢ଼ ନେତୃତ୍ବ ନିମନ୍ତେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। 

ଡ. ବିଶ୍ୱାସ ଏହି ଅବସରରେ ନିଜର ଯକୃତ ପ୍ରଦାନ କରିଥିବା ଦୁଇ ଦାତାଙ୍କୁ ସମ୍ମାନିତ କରିଥିଲେ। 

ଏମ୍ସ ଭୁବନେଶ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିନ୍ ଡ. ପି ଆର୍ ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡିଡିଏ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍ସ ଭୁବନେଶ୍ବରରେ ଦଶ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ଲିଭର ଟ୍ରାନ୍ସପ୍ଲାଣ୍ଟ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ଏବଂ ଏକ ସ୍ୱତନ୍ତ୍ର ମଡ୍ୟୁଲାର୍ ଓଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ। 

ରୋବୋଟିକ୍ ସର୍ଜରୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁରୋଲୋଜି (ଜଟିଳ ଅଙ୍କୋଲୋଜିକାଲ୍ ଏବଂ ପୁନଃନିର୍ମାଣ ପ୍ରକ୍ରିୟା ସମେତ), ଜେନେରାଲ ସର୍ଜରୀ, ସ୍ତ୍ରୀ ରୋଗ, ଶିଶୁ ରୋଗ ଶଲ୍ୟଚିକିତ୍ସା ପାଇଁ ସେବା ଯୋଗାଇବା ନେଇ ଡ. ବିଶ୍ୱାସ ସୂଚନା ଦେଇଛନ୍ତି।