ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ହେଉଛନ୍ତି ପୂର୍ବର ଅମଲାତନ୍ତ୍ର ଅଧିକାରୀ V K ପାଣ୍ଡିଆନ |
କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ ବିଜେଡି ସମର୍ଥକ ଦୋଷ ଦେବାରୁ ପ୍ରାୟୋଜିତ ଭାବେ ରାଜନୀତିରୁ ସନ୍ୟାସ ନେଇଥିଲେ ପାଣ୍ଡିଆନ। କୁହାଯାଉଥିଲା ସେ ଦଳର ଆଭ୍ୟନ୍ତରଣ କଥାରେ ଆଉ ମୁଣ୍ଡ ପୁରାଇ ବେ ନାହିଁ ପାଣ୍ଡିଆନ। କିନ୍ତୁ ତାହା କ୍ଷଣିକ ଘଟଣାର ଘଟଣା ଥିଲା|
ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଖେ ପାଖେ ରହୁଥିଲେ। ନବୀନ ନିବାସରେ ତାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳୁଥିଲା। ସେ ସର୍ବଦା ଦୂରରେ ହେଉ ଅବା ପାଖରେ ହେଉ ନବୀନ ଙ୍କ ଉପରେ ତୀକ୍ଷଣ ନଜର ରଖୁଥିଲେ, କେହି ଯେମିତି ତାଙ୍କ ପାଖକୁ ଯାଇ କର୍ଣ୍ଣ ମନ୍ତ୍ର ନ ଦିଅନ୍ତି |ବିଜେଡି ନିର୍ବାଚନ ହାରିବା ପୂର୍ବରୁ ଯେଉଁଭଳି ପାଣ୍ଡିଆନ ଦଳରେ ରାଜ କରୁଥିଲେ ଏବେ ବି ସେହି ଭଳି ଦଳରେ ରାଜ କରୁଛନ୍ତି ପାଣ୍ଡିଆନ।
ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ଆଉ ବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ ଦମ୍ପତି | ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ ନିଜେ ଏକ ଭିଡିଓରେ ପାଣ୍ଡିଆନ ନବୀନଙ୍କ ଘନିଷ୍ଠ ସହଯୋଗୀ କହିବା ସହ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ଚାଲିଥିବା ବେଳେ ଦଳର ତୁଙ୍ଗ ନେତାମାନେ ତଳ ମହଲା (୨ୟ) ରେ ବସିଥିବା ବେଳେ ସେ ପଟେ ୩ୟ (ଉପର) ମହଲାକୁ ଅଗାଧରେ Mr ପାଣ୍ଡିଆନ ଯିବା ଆସିବା କରୁଥିଲେ |
ଗତକାଲି ହସ୍ପିଟାଲରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନ ନିବାସ ଆସୁଥିବା ବେଳେ ପାଣ୍ଡିଆନଙ୍କ ହାତ ଧରି ଆସୁଥିଲେ ଏଥିରୁ ସ୍ପଷ୍ଟ ହେଉଛି ଯେ ନବୀନ ଆଉ କାହାକୁ ଭରଷା କରି ପାରୁ ନାହାନ୍ତି କି କରିବା ଦରକାର ପଡ଼ୁ ନାହିଁ | ବିଜେଡିରେ ଏତେ ବରିଷ୍ଠ ତୁଙ୍ଗ ନେତା ଥିଲେ ମଧ୍ୟ ନବୀନ କିନ୍ତୁ କାହାକୁ ବିଶ୍ୱାସ କରୁ ନାହାନ୍ତି।
ଏପରିକି ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଦେଖା କରି ନ ପାରି ଫେରି ଆସିଥିଲେ |
ନବୀନଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ସମୟରେ ସମସ୍ତ କଥା ବୁଝୁଥିଲେ ପାଣ୍ଡିଆନ ଦମ୍ପତି। ଦଳର ବରିଷ୍ଠ ନେତାମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସୁଯୋଗ ପାଉନଥିଲେ।
ଏ ନେଇ ଦୈନିକ ଖବର କାଗଜ ଧରିତ୍ରୀ ଓ ସୋସିଆଲ ମିଡିଆରେ viral ଖବର ମଧ୍ୟ ପ୍ରକାଶ ପାଇଥିଲା କିଭଳି ପାଣ୍ଡିଆନ ରାଗ ତମ ତମ ହୋଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନର ଧମକ ଦେଇଥିଲେ। ଏଥିରୁ ସ୍ପଷ୍ଟ ଯେ ପାଣ୍ଡିଆନ ପୂର୍ବରୁ ବି ଦଳରେ ରାଜ କରିଥିଲେ ଏବେ ବି ଦଳରେ ରାଜ କରୁଛନ୍ତି।