ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ – ଧର୍ମେନ୍ଦ୍ର ପ୍ରଧାନ
ବୈଠକରେ ଯୋଗଦେଲେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ସାଂସଦଗଣ
ଓଡ଼ିଶାର ପଶ୍ଚି ମାଞ୍ଚଳରୁ ଉପରେ ଗୁରୁତ୍ବାରୋପ ଅନ୍ୟ ରାଜ୍ୟଗୁଡିକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରାଇବା
ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟ ସ୍ଥିତି ସମ୍ପର୍କରେ ଜରପଡ଼ା-ସମ୍ବଲପୁର ଏବଂ ଶାସନ-ଝାରସୁଗୁଡ଼ା ତୃତୀ ଆଲୋଚନା
ବରଗଡ଼- ନୂଆପଡ଼ା, ଝା ଝାରସୁଗୁଡ଼ା-ବାରକୋଟ ଏବଂ ଏମସିଏଲ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରାଥମିକତା
ଷ୍ଟସନଗୁଡ଼ିକର ନବୀକରଣ କାର୍ଯ୍ୟ ଉପରେ ଚର୍ଚ୍ଚା ସମ୍ବଲପୁର ସମେତ ଅନ୍ୟ ରେଳ ଷ୍ଟେସନଗୁ
ସମ୍ବଲପୁର, ଡିସେମ୍ବର ୨୩, ୨୦୨୫ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ'ରେ ଆଜି ଓଡ଼ିଶାର ପଶ୍ଚିମାଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ର ଲୋକସଭା ସାଂସଦମାନଙ୍କ ଉପସ୍ଥିତିରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଏକ ସ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ )କରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ସାଂସଦମାନେ ଯୋଗଦେଇ ଅଞ୍ଚଳର ବିକାଶ । ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି।
ଏହି ବୈଠକ ଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର, ତାଳଚେ ଳଚେର-ବିମଳାଗଡ଼ ମଳାଗଡ଼, ଜରପଡ଼ା-ସମ୍ୱଲପୁର ଏବଂ ଶାସନ-ଝାରସୁଗୁଡ଼ା ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଚର୍ଚ୍ଚା ହୋଇଛି । ବରଗଡ଼-ନୂଆପଡ଼ା, ଝାରସୁଗୁଡ଼ା-ବାରକୋଟ ଏବଂ ଏମସିଏଲ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରାଥମିକତା ପ୍ରଦାନ କରାଯାଇଛି । ଓଡ଼ିଶାର ପଶ୍ଚି ମାଞ୍ଚଳରୁ ବିଶାଖାପାଟଣା, ରାୟପୁର, ରାଞ୍ଚି ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରାଇବା ପାଇଁ ଦାବି ଏବଂ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଛି । ଯାତ୍ରୀସେବାରେ ଉନ୍ନତି ଆଣିବା ପାଇଁ ‘ଅମୃତ ଷ୍ଟେସନ' ଯୋଜନା ଅନ୍ତର୍ଗତ ସମ୍ବଲପୁର ସମେତ ଅନ୍ୟାନ୍ୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଓ ଆଧୁନିକୀକରଣ କାର୍ଯ୍ୟକୁ ଆଗେଇ ନେବା ଦିଗରେ ମଧ୍ଯ ଚର୍ଚ୍ଚା ହୋଇଛି ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନେତୃତ୍ବରେ ଓଡ଼ିଶାର ରେଳ କ୍ଷେତ୍ରକୁ ବିଶେଷ ଅଗ୍ରାଧୂକାର ମିଳୁଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ଵୟ କାରଣରୁ ବହୁ ବର୍ଷରୁ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ ଏବେ ଗତିଶୀଳ ହେବାରେ ଲାଗିଛି । ଆଜି ବୈଠକ ଓଡ଼ିଶାର ପଶ୍ଚିମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶରେ ରେଳବାଇର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛିI