ବିଶ୍ବାବ୍ୟାଙ୍କ ଟିମ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ...
ବିଶ୍ବାବ୍ୟାଙ୍କ ଟିମ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ...
ବିଶ୍ବବ୍ୟାଙ୍କର ଏକ ପ୍ରତିନିଧୂ ଦଳ ଆଜି ପୂର୍ବାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ସହିତ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ଥିଲେ । ବିଶ୍ବ ବ୍ୟାଙ୍କର ଦକ୍ଷିଣ ଏସିଆ ଆଂଚଳିକ ଉପସଭାପତି ଜୋହାନେସ୍ ଜୁଟ୍ ଏବଂ ଆଂଚଳିକ ନିର୍ଦ୍ଦେଶକ ଇମାଦ୍ ଫାକୁରୀଙ୍କ ସମେତ ବିଶ୍ବବ୍ୟାଙ୍କର ଅନ୍ୟ ପ୍ରତିନିଧୂମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ – ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନୁ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।