ଇଗ୍ନେର ନାମଲେଖା ଅବଧୂ ଚଳିତ ମାସ ସେପ୍ଟେମ୍ବର ୧୫ ତାରିଖକୁ ବୃଦ୍ଧି
ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନା କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧୂକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧୂକୁ ମଧ୍ଯ ଚଳିତ ମାସ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ପୁନଃ ପଞ୍ଜିକରଣ ପାଇଁ ଅତିରିକୁ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ | ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନେର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ |
ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in
ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି | ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନା ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ M.Sc. M.Sc. (Zoology), M.Sc. (Chemistry), M.Sc. (Analytical Chemistry), M.Sc. (Biochemistry), M.Sc. (Geoinformatics), M.Sc. (Physics), M.Sc. (Applied Statistics), M.Sc. (Geography) (MSCGG) AICTE MBA ଆଣ୍ଡ MCA | ଇଗ୍ନା ୱେବସାଇଟରୁ ଡାଉନଲୋଡ କରାଯାଇପାରିବ | ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡ଼ିଗ୍ରୀ କରିପାରିବେ ଏବଂ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନେର ୱେବସାଇଟରେ ପ୍ରଦାନ କରାଯାଇଛି |
ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରକୁ ନିମ୍ନଲିଖୂତ ଫୋନ କିମ୍ବା ଇ-ମେଲ ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ଜଣାଇଛନ୍ତି |ଫୋନ-୦୬୭୪-୨୩୦୧୩୪୮, ୨୯୭୧୦୭୧
ବି. ଦ୍ର: ସାର୍ଟିଫିକେଟ ପ୍ରୋଗ୍ରାମରେ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମ ଲେଖା ଅବଧୂ ସମାପ୍ତ ହୋଇଯାଇଛି |
admissionrc21@ignou.ac.in କୁ ଇ-ମେଲ୍ କରନ୍ତୁ।-rcbhubaneswar@ignou.ac.in