ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବେ ରାଷ୍ଟ୍ରପତି

Feb 29, 2024 - 19:13
 4
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବେ ରାଷ୍ଟ୍ରପତି

 ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେବେ । ଏହାକୁ କୁ ନେଇ ଜିଲ୍ଲା ପ୍ରଶାସନ ଓ ବିଶ୍ଵବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୧୦.୧୫ ମିନିଟ ସମୟରେ ମହାମହିମ ରାଷ୍ଟ୍ରପତି ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବା ପରେ କଡା ସୁରକ୍ଷାରେ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ଚିବେ । ସମାବର୍ତ୍ତନ ଉତ୍ସବ ପାଇଁ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ଠାରେ ପ୍ରାୟ ୫୦ ମିନିଟର କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମରେ ପିଜି ବିଭାଗର ସର୍ବାଧିକ ମାର୍କ ରଖିଥିବା ୨୫ଟି ଛାତ୍ର ଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ସ୍ନାତକୋ ବିଭାଗର ୧୦ ଜଣ ଟପ୍ପଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବା ବେଳେ ପି ଏଚ ଡ଼ି ୪୩ ଜଣଙ୍କୁ ସମ୍ମାନିତ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବେ ମହାମହିମ ।