ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ମ,ଳ କରେ କ୍ରୀଡା
ଭୁବନେଶ୍ବର ତା 05/12/25 ବ୍ୟକ୍ତିତ୍ବ ଗଠନର ଭିଭିଭୂମିକୁ ସମ୍ମୁଜ୍ଜ,ଳ କରେ କ୍ରୀଡା ଏବଂ ଶାରିରୀକ ବିକାଶ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ବୋଲି ଶିଶୁ ଅନ ଅନନ୍ତ ମହାବିଦ୍ୟାଳୟର ଅଠଚାଳିଶତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନାଦୃତ ପ୍ରଶାସନିକ ଅଧୂକାରିଣୀ ତଥା ବାଲିପାଟଣା ତହସିଲଦାର କଳ୍ପନା ଦାସ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର କର୍ଭବ୍ୟକର୍ମ ପ୍ରବୀଣା ଅଧ୍ଯକ୍ଷା ଡଃ ମଧୁମତୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ସଂସ୍କୃତି ଓ ପରମ୍ପରା ତଥା ରା ତଥା ପୂଜ୍ୟପୂଜା ସଂସ୍କୃତି ପ୍ରାଣ, ଯୋଗଶିକ୍ଷା ବିଶେଷଜ୍ଞ ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରାୟତଃ ଛଅ ହଜାର ବର୍ଷ ପୂର୍ବେ ଆମ ଓଡ଼ିଶାରେ ବିକଶିତ ହୋଇଥୁବା ଶରୀର, ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି , ଯାହା ସମ୍ପ୍ରତି ବିଶ୍ଵକୀକରଣ ହୋଇ ସାରିଛି, ପ୍ରତିବର୍ଷ ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି ଯେ, ତାହା ଯୋଗଶିକ୍ଷା ଏବଂ ଶରୀରଚର୍ଯ୍ୟା ଶିକ୍ଷା । ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ । ବିଭିନ୍ନ ଉପନିଷଦରେ ଥୁବା ବର୍ଣ୍ଣନା ନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ । ବୌଦ୍ଧସୂତ୍ର ମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି । ତେବେ, ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ । ବୈଦିକ ଷଡଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତାରେ ବିସ୍ତୃତ ବର୍ଣ୍ଣନା ରହିଛି ଏବଂ ଯୋଗ ଯେ ପାରମ୍ପରିକ ବୈଦିକ ସଡ଼ ଦର୍ଶନ ମଧ୍ଯରେ ଅନ ଅନ୍ୟତମ ବୋଲି ଗାୟକ ଆହ୍ଲାଦ ମତବ୍ୟକ୍ତ କରିଥିଲେ । ଅଧ୍ଯକ୍ଷା ଡଃ ମଧୁମତୀ ରଥ ନିଜର ନିଜର ସଭାପତିତ୍ବ ଅଭିଭାଷଣରେ କହିଥିଲେ ଯେ କ୍ରୀଡା ମାନବ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏହାର ମହତ୍ବ ଅଛି । । ଜଣେ ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ଗଠରେ ଏହା ସହାୟକ । ରାଜ୍ୟ ରାଜ୍ୟ ଓ ଦେ ଦେଶ ଦେଶ ମଧ୍ୟରେ ସମ୍ପକ ସମ୍ପର୍କ ସୁଦୃଢ କରିବାର ศเยศ ହେଇଛି କ୍ରୀଡା । ଅଧ୍ୟାପିକା ଚାନ୍ଦ ବିବି ନିଜ ବକ୍ତବ୍ୟରେ କହିଥିଲେ ଯେ କ୍ରୀଡା ଦୁଇ ଅକ୍ଷର ଶବ୍ଦଟିଏ, କିନ୍ତୁ ତାର ମହତ୍ତ୍ଵ ଏତେ ବ୍ୟାପକ ଯେ ସମସ୍ତଙ୍କୁ ନିଜର କରିନିଏ । ବ୍ୟକ୍ତି ଭିତରେ ଶକ୍ତି ଓ ଉନ୍ମାଦନର ଆଶାକୁ କରିଦିଏ ଜାଗ୍ରତ । ଏହି ହାଡ, ମାଂସର ର ଶରୀର ଭିତରେ ଜ୍ଵାଳିଦିଏ ଅସରନ୍ତି ଆନନ୍ଦ ଓ ଉଲ୍ଲାସ୍ । ମନୁଷ୍ୟ ଶରୀରକୁ ସୁସ୍ଥ, ଫୁର୍ତି ତଥା ସ୍ବାସ୍ଥ୍ୟଦାନ ରଖୁ ଢା ନିମନ୍ତେ କରାଯାଉଥିବା ଖେଳକୁଦ ଓ କସରତକୁ ଦିଦ୍ୟାର୍ଥୀ ଜୀବନର ଏକ ଶୈକ୍ଷିକ ବିଭବ କଲେ ହିଁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ । ବାସ୍ତବରେ କ୍ରୀଡା ଶିକ୍ଷା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବୋଲି ରଖୁଥୁଲେ ଅଭିମତ । ବରିଷ୍ଠ ଅଧ୍ଯ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା, ସ୍ବାଗତ ଅଭିଭାଷଣ ଓ ଅତିଥୁ ପରିଚୟ ଦେଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଅଧ୍ଯାପକ ଶତ୍ରୁଘ୍ନ ଦାଶ ଶ, ଅଧ୍ୟାପିକା ଡଃ ମୀନତି ମହାପାତ୍ର, ଅଧ୍ୟାପିକା ସମର୍ପିତା ଷଡ଼ଙ୍ଗୀ,ଅଧ୍ୟାପକ ବିଜୟ କୁମାର ଶତପଥୀ, ଅଧ୍ୟାପିକା ଲିଜିନା ସାହୁ, ଅଧ୍ୟାପିକା ଭୁବନେଶ୍ବରୀ ରଥ , ଅଧ୍ୟାପକ ଲକ୍ଷ୍ମୀଧର ସେଠୀ , ଅଧ୍ୟାପିକା ଡଃ ସୁଜାତା କୁମାରୀ ସାହୁ ସାହୁ , ଅଧ୍ୟାପିକା କା ସସ୍ମିତା ବିଶ୍ଵାଳ , ଅଧ୍ୟାପକ ସୁବ୍ରତ କୁମାର ନାୟକ । ସାଂସ୍କୃତିକ ପ୍ରତିଯୋଗିତାରରେ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ସ୍ମୃତି ମହାପାତ୍ରଙ୍କୁ ମୁଖ୍ୟ ଅତିଥ୍ ସ୍ବତନ୍ତ୍ର ଭାବେ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥ୍ ମହାବିଦ୍ୟାଳୟର ପଞ୍ଜିକା ଉନ୍ମୋଚନ କରିଥିଲେ ।