ଭାରତ-ଜର୍ମାନୀ ମିଳିତ ବିବୃତି

Jan 13, 2026 - 22:51
 3
ଭାରତ-ଜର୍ମାନୀ ମିଳିତ ବିବୃତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର, ମହାମହିମ ଶ୍ରୀ ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ଵରୀ ପ୍ରତିନିଧୂମଣ୍ଡଳୀ ମଧ୍ଯ ଆସିଥିଲେ।

ଏହା ଚାନ୍ସେଲର ମର୍ଜଙ୍କର ଭାରତକୁ ପ୍ରଥମ ସରକାରୀ ଗସ୍ତ ଏବଂ ଫେଡେରାଲ ଚାନ୍ସେଲର ଭାବରେ ତାଙ୍କର ପ୍ରଥମ ଏସୀୟ ଗସ୍ତ। ଏହି ଗସ୍ତ ଭାରତ-ପ୍ରଶାନ୍ତି ମହାସାଗରୀୟ କ୍ଷେତ୍ରରେ ରେ ଏକ ପ୍ରମୁଖ ରଣନୀତିକ ଅଂଶୀଦାର ଭାବରେ ଜର୍ମାନୀ ଭାରତକୁ ପ୍ରଦାନ କରୁଥିବା ଉଚ୍ଚ ପ୍ରାଥମିକତାକୁ ପ୍ରତିଫଳିତ କରେ। 25 ଅକ୍ଟୋବର 2024 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ବିଚାରବିମର୍ଶ (ଆଇଜିସି) ସଫଳ ହେବା ପରେ ଏହି ଗସ୍ତ ହୋଇଛି। 2025ରେ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀର 25 ବର୍ଷ ପୂରଣ ହେବା ଏବଂ 2026ରେ କୂଟନୈତିକ ସମ୍ପର୍କକୁ 75 ବର୍ଷ ପୂରଣ ହେବାର ସ୍ମୃତିଚାରଣ ସହିତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ଯାତ୍ରା ଏକ ଉଚ୍ଚ ସ୍ବରରେ ପହଞ୍ଚିଛି। ଉଭୟ ନେତା ସରକାର, ବ୍ୟବସାୟ, ନାଗରିକ ସମାଜ ଏବଂ ଶିକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କର ନବୀକରଣ ଗତିକୁ ଆନ୍ଧ୍ରରିକ ଭାବରେ ପ୍ରଶଂସା କରିଥିଲେ ଯାହା ରଣନୀତିକ ସହଭାଗୀତାକୁ ଆଗକୁ ବଢାଇବା ଏବଂ ଗଭୀର କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅହମ୍ମଦାବାଦରେ ଚାନ୍ସେଲର ମର୍ଜଙ୍କୁ ସ୍ବାଗତ କରିଥିଲେ। ଦୁଇ ନେତା ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପ୍ରସିଦ୍ଧ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଦୁଇ ନେତା ଭାରତ-ଜର୍ମାନୀ ସିଇଓ ଫୋରମକୁ ମଧ୍ୟ ସମ୍ବୋଧୂତ କରିଥିଲେ। ଚାନ୍ସେଲର ମର୍ଜ ଭାରତ ଏବଂ ଜର୍ମାନୀ ମଧ୍ୟରେ ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ବ ଦେଇ ବାଙ୍ଗାଲୋର ମଧ୍ୟ ଗସ୍ତ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ 12 ଜାନୁଆରୀ 2026ରେ ଅହମ୍ମଦାବାଦରେ ସୀମିତ ଏବଂ ପ୍ରତିନିଧୂମଣ୍ଡଳ ସୁରୀୟ ଆଲୋଚନା କରିଥିଲେ। ସେମାନେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ପ୍ରତିବଦ୍ଧତା ବ୍ୟକ୍ତି କରିବା ସହିତ ରଣନୀତିକ ସହଭାଗୀତାକୁ ଆଧାର କରି ପାରସ୍ପରିକ ସମ୍ମାନକୁ ବଜାୟ ରଖୁବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଥିଲେ। ଉଭୟ ନେତା ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ଆଞ୍ଚଳିକ ଏବଂ ବିଶ୍ବ ବିକାଶ ଉପରେ ଆଲୋଚନା କରିଥିଲେ।

ପ୍ରତିରକ୍ଷା ଏବଂ ସୁରକ୍ଷା

ଦୁଇ ଦେଶର ନେତାମାନେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେମାନେ ନଭେମ୍ବର 2025 ରେ ନୂଆଦିଲ୍ଲୀରେ