ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୂନସ୍ତୁ ଜନଗଣନା ନି ନିର୍ଦ୍ଦେଶାଳୟ ଓଡ଼ିଶା

Apr 13, 2026 - 22:53
 4
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୂନସ୍ତୁ ଜନଗଣନା ନି ନିର୍ଦ୍ଦେଶାଳୟ ଓଡ଼ିଶା

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୂନସ୍ତୁ ଜନଗଣନା ନି ନିର୍ଦ୍ଦେଶାଳୟ ଓଡ଼ିଶା ଏବଂ ଓଡ଼ି ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ଵୟରେ ସମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁ ପ୍ରସ୍ତୁତି ଆଗାମୀ ଅପ୍ରେଲ୍ 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯକ୍ରମରେ ଅପ୍ରେଲ୍ 16 ତାରିଖରୁ ମଇ 15 ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ 1 ତାରିଖରୁ ଅପ୍ରେଲ୍ 15 ତାରିଖ ମଧ୍ଯ ରା ରାତ୍ରି ପର୍ଯ୍ୟନ୍ତ ସ୍ବ-ଗଣନାର କାର୍ଯ୍ୟକ୍ରମ ଜାରି ରହିଛି - ง เคด Self-Enumeration Portal (se.census.gov.in) ପୋର୍ଟାଲ ମାଧ୍ୟମରେ ଜନ ନନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି । ଏହି ଗୃହଗଣନା ଏବଂ ଗୃହତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମରେ,176000 ପରିବାର ସ୍ବ-ଗଣନାରେ ନିଜର ତଥ୍ୟ ପ୍ରଦାନ କରିସାରିଛନ୍ତି । ଏହି ସ୍ବ-ଗଣନା ପୋର୍ଟାଲରେ ଅଧୂକରୁ ଅଧୂକ । ସଂଖ୍ୟାରେ ସାମିଲ ହୋଇ ଆଗାମୀ ୧୫ ତାରିଖ ସୁଦ୍ଧା ଯଥା ଶୀଘ୍ର ତଥ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ଏକାନ୍ତି ଅନୁରୋଧ |

ଏହି କାର୍ଯ୍ୟକ୍ରମରେ ରେ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନେ ପ୍ରମୁଖ ଜନଗଣନା ଅଧୂକାରୀ ରହିଥ‌ିବା ସୁ ଅତିରିକ୍ତ ଜିଲ୍ଲାପା ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏଥ୍ ସହିତ ଜିଲ୍ଲାପାଳଙ୍କ ଅଧୂନରେ ପ୍ରତ୍ୟେକ ତହସି ତହସିଲର ତହସିଲଦାର ଏବଂ ବୈଧାନିକ ସହରଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସରକାରଙ୍କର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି । ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯାଇଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ । ଏହି ତାଲିମପ୍ରାପ୍ତ ଗଣନାକାରୀମାନେ ଘରକୁ ଘର ବୁଲି ଅପ୍ରେଲ୍ 16 ତାରିଖରୁ ମେ 15 ତାରିଖ ପର୍ଯ୍ୟନ୍ତ ମୋବାଇଲ ଆପ୍ ମାଧ୍ୟମରେ ଗୃହ ଗଣନା କାର୍ଯ୍ୟକ୍ରମର ତଥ୍ୟ ସଂଗ୍ରହ କରିବେ ।

ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କିତ ଯେକୌଣସି ସମସ୍ୟା ଓ ଅସୁବିଧାର ସମାଧାନ ସକାଶେ ଜନଗଣନା ନିର୍ଦ୍ଦେଶାଳୟ,ଓଡ଼ିଶାର ଟୋଲ ଫ୍ରି ଟେଲିଫୋନ ନମ୍ବର ୧୮୫୫ ରେ ଆପଣମାନେ ଯୋଗାଯୋଗ କରିପାରିବେ ।

ଆଜିର ଏହି କାର୍ଯ୍ୟକ୍ରମର ଶୁଭ ଅବସର ରେ ଜନଗଣନା ସକାଶେ ଉତ୍ସର୍ଗୀକୃତ ସଙ୍ଗୀତର ଆନୁଷ୍ଠାନିକ ଶୁଭାରମ୍ଭ କରିବାକୁ ଯାଉଛୁ ।

ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ବ -ଗଣନାର ପ୍ରାବଧାନ ରହିଛି, ଏବଂ ସ୍ବ-ଗଣନାର ତଥ୍ୟକୁ ଗଣନାକାରୀଙ୍କ ଦ୍ବାରା ପୁନରାୟ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଜନଗଣନାରେ CMMS Portal ର ବ୍ୟବହାର ରହିବା ସହିତ ହାଉସ୍ ଲିଷ୍ଟିଙ୍ଗ ବ୍ଳକ ସୃଷ୍ଟି କରିବା ପାଇଁ ଡିଜିଟାଲ ମାଧ୍ଯମର ଉପଯୋଗ କରାଯାଇଛି ।କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ଆପଣଙ୍କର ଆନ୍ତରିକ ଯୋଗଦାନ ଏକାନ୍ତି ଅପରିହାର୍ଯ୍ୟ ।