ଭାରତର ଶିକ୍ଷା ମନ୍ତ୍ରୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଦ୍ବିପାକ୍ଷିକ ଆଲୋଚନା ସଫଳ

Sep 5, 2025 - 15:10
 5
ଭାରତର ଶିକ୍ଷା ମନ୍ତ୍ରୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଦ୍ବିପାକ୍ଷିକ ଆଲୋଚନା ସଫଳ

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ ଭାରତ ଓ ସିଙ୍ଗାପୁର ମଧ୍ଯରେ ଶିକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଦିଗରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସିଙ୍ଗା ପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ମଧ୍ୟରେ ଏକ ଫଳପ୍ରଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ଦ୍ଵିପାକ୍ଷିକ ସହଯୋଗରେ ଶିକ୍ଷା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ। ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଏଥର ବିଶେଷ ହୋଇଛି, କାରଣ ଚଳିତବର୍ଷ ଦୁଇ ଦେଶ ମଧ୍ଯରେ କୂଟନୈତିକ ସମ୍ପର୍କର ଷାଠିଏ ବର୍ଷ ପୂରଣ ହୋଇଛି । ବୈଠକରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଗବେଷଣା, ନବସୃଜନ এক ଉଦ୍ୟମିତା କ୍ଷେତ୍ରରେ ଦ୍ଵିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଚର୍ଚ୍ଚା ହୋଇଛି ।

ଶିକ୍ଷକଙ୍କ କାପାସି ଘାସିଟି ବିଲଡିଂ, ଗବେଷଣା ଦକ୍ଷତା ଏବଂ କ୍ଷମତା ବୃଦ୍ଧି, ଦକ୍ଷତା ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ମଧ୍ଯ ଉଭୟ ମନ୍ତ୍ରୀ ନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ସେହିପରି ଛାତ୍ରଛାତ୍ରୀମ ବ୍ରୀମାନଙ୍କୁ ବିଶ୍ବସ୍ତରୀୟ ଦୃଷ୍ଟିକୋଣ ଏବଂ ସମୃଦ୍ଧ ପରିବେଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆମ ଉଭ ଉଭୟ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାମ ପ୍ରତିଷ୍ଠାନ ମଧ୍ଯରେ ଅଧୂକ ଷ୍ଟୁଡେଣ୍ଟ୍‌ ଏକ୍ସଚେଞ୍ଜକୁ ସୁଗମ କରିବା ପାଇଁ ଏକାଠି କାମ କରିବା ଦିଗରେ ସମ୍ମତି ପ୍ରକାଶ କରିଛନ୍ତି । ଶିକ୍ଷା, ଦକ୍ଷତା ବିକାଶ, ଷ୍ଟାର୍ଟ-ଅପ୍ ଏବଂ ଅଗ୍ରଣୀ ଗବେଷଣା କ୍ଷେତ୍ରରେ ଭାରତ - ସିଙ୍ଗାପୁର ସହଯୋଗକୁ ଉଚ୍ଚ ସ୍ତରକୁ ନେବା ଦିଗରେ ସିଙ୍ଗାପୁର ପିଏମ ପିଏମଙ୍କ ନିରନ୍ତର ପ୍ରଚେଷ୍ଟାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।