ଏହି କାର୍ଯ୍ୟକ୍ରମ ଭାରତର ଯୁବ ବୀରମାନଙ୍କ ସାହସ, ତ୍ୟାଗ ଏବଂ ଅନୁକରଣୀୟ ମୂଲ୍ୟବୋଧକୁ ସ୍ମରଣ କରେ

Dec 26, 2025 - 19:48
 7
ଏହି କାର୍ଯ୍ୟକ୍ରମ ଭାରତର ଯୁବ ବୀରମାନଙ୍କ ସାହସ, ତ୍ୟାଗ ଏବଂ ଅନୁକରଣୀୟ ମୂଲ୍ୟବୋଧକୁ ସ୍ମରଣ କରେ

ଏହି କାର୍ଯ୍ୟକ୍ରମ ଭାରତର ଯୁବ ବୀରମାନଙ୍କ ସାହସ, ତ୍ୟାଗ ଏବଂ ଅନୁକରଣୀୟ ମୂଲ୍ୟବୋଧକୁ ସ୍ମରଣ କରେ

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେବେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା କାଲି ବୀର ବାଳ ଦିବସ ପାଳନ କରାଯିବ । ଭାରତର ଯୁବ ନାୟକମାନଙ୍କର ସାହସ, ତ୍ୟାଗ ଓ ଅନୁକରଣୀୟ ମୂଲ୍ୟବୋଧକୁ ସ୍ମରଣ କରିବାକୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର (ପିଏମଆରବିପି) ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ହେଉଛି ଭାରତ ସରକାରଙ୍କ ଦ୍ବାରା ପ୍ରତିବର୍ଷ ସାହସ, କଳା ଏବଂ ସଂସ୍କୃତି, ପରିବେଶ, ସମାଜସେବା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା କ୍ଷେତ୍ରରେ ଅସାଧାରଣ ଉତ୍କର୍ଷତା ପାଇଁ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ଏକ ମର୍ଯ୍ୟାଦାଜନକ ଜାତୀୟ ସମ୍ମାନ। ୨୦୨୫ ମସିହାରେ, ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୨୦ ଜଣ ପିଲାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୬ ଡିସେମ୍ବର, ୨୦୨୫ ସକାଳ ୧୦:୦୦ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିବେ।

ବୀର ବାଳ ଦିବସ ୨୦୨୫ର ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ୨୬ ଡିସେମ୍ବର, ୨୦୨୫ ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ। ଏହି ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ସେ ଏହି ଅବସରରେ ଭାରତର ଶିଶୁ ଏବଂ ଯୁବକମାନଙ୍କୁ ସମ୍ବୋଧନ କରିବା ସହ ଦେଶ ନିର୍ମାଣରେ ଯୁବ ନାଗରିକଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିବେ। ଏହି କାର୍ଯ୍ୟକ୍ରମରେ ପିଲା ଏବଂ ଯୁବକମାନଙ୍କୁ ଅନୁପ୍ରାଣିତ କରିବାକୁ ସାହସିକତା, ସହନଶୀଳତା ଏବଂ ନିଃସ୍ବାର୍ଥପର ସେବାର କାହାଣୀମାନ ପ୍ରଦର୍ଶିତ ହେବ । ଏହା ଦ୍ବାରା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସଶକ୍ତି ଏବଂ ଦାୟିତ୍ବବାନ ନାଗରିକମାନଙ୍କୁ ଗଢିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ସୁଦୃଢ ହେବ। ଏହି ଅବସରରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ସ୍ବାଗତ ଭାଷଣ ଦେବେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲା, ପିଏମଆରବିପି ପୁରସ୍କାର ବିଜେତା ଏବଂ ସାରା ଦେଶରୁ ଆସିଥ‌ିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ଭାରତର ସମୃଦ୍ଧ ସଭ୍ୟତା ଐତିହ୍ୟ ଏବଂ ସାହସିକତାର ଭାବନାକୁ ପ୍ରଦର୍ଶିତ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଏହି ଉତ୍ସବର ଏକ ଗୁରୁତ୍ବପୂର୍ଣ୍ଣ ପୂର୍ଣ୍ଣ ଅଂଶ ହେବ।

ବୀର ବାଳ ଦିବସ ୨୦୨୫ - ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ, ଡିସେମ୍ବର ୨୬, ୨୦୨୫ ଦିନ ୧୨:୩୦ ସମୟରେ ଏନଆଇସି ୱେବକାଷ୍ଟ୍ର, ଡିଡି ନ୍ୟୁଜ୍ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ । ଏହା ମାଧ୍ୟମରେ ସାରା ଦେଶର ଲୋକମାନେ ଏଥିରେ ଅଂଶଗ୍ରହଣ କରିପାରିବେ।