ଭୁବନେଶ୍ବର ଆମିଷ ହାଟ ୪ ନମ୍ବର ପାଇବ ନୂଆ ରୂପ...
ଭୁବନେଶ୍ବର: ଭୁବନେଶ୍ବର ୪ ନମ୍ବର ଆମିଷ ବଜାର ପାଇବ ନୂଆ ରୂପ। ବଜାରରୁ ହଟିବ ସମସ୍ତ ଜବରଦଖଲ । ୪ ନମ୍ବର ଆମିଷ ବଜାର ବୁଲିଲେ ମେୟର ସୁଲୋଚନା ଦାସ। ଭୁବନେଶ୍ବର ମହାନଗର ନିଗମ ଅଧୂକାରୀଙ୍କ ସହ ସମୀକ୍ଷା ପରେ ମେୟର ସୂଚନା ଦେଇଛନ୍ତି ଯେ ନୂଆ ଦୋକାନ, ପାକିଂ ଓ ରାସ୍ତା ତିଆରି କରାଯିବ। ଆମିଷ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗିବାକୁ ତାଗିଦ କରିବା ସହ ପ୍ଲାଷ୍ଟିକ୍ ଡ୍ରମ୍ରେ ଆବର୍ଜନା ରଖୁବାକୁ ନିର୍ଦ୍ଦେଶ ଦେଲେ ମେୟର।