ଭୁବନେଶ୍ବରରେ ଆଇସିଏଆର-ସିଆଇଡବ୍ଲ୍ୟୁଏ ଦ୍ବାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

Oct 16, 2025 - 08:13
 12
ଭୁବନେଶ୍ବରରେ ଆଇସିଏଆର-ସିଆଇଡବ୍ଲ୍ୟୁଏ ଦ୍ବାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ବ

ଭୁବନେଶ୍ବର, ୧୫.୧୦.୨୦୨୫: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ବର ଦ୍ବାରା, ଆଜି “ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତି କରିବା” ବିଷୟବସ୍ତୁ ସହିତ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଛି।

ଏହି ଅବସରରେ ମାନ୍ୟବର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଭାସୀ ମାଧ୍ୟମରେ ସମାବେଶକୁ ସମ୍ବୋଧୂତ କରି, ଭାରତର ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବାରେ ମହିଳା କୃଷକଙ୍କ ଭୂମିକାକୁ ଉଚ୍ଚ ସ୍ଥାନରେ ରଖୁଥିଲେ। ସେ କହିଥିଲେ, “ମହିଳାମାନେ କେବଳ କୃଷକ ନୁହଁନ୍ତି, ସେମାନେ ଆମ ଦେଶର ଆତ୍ମନିର୍ଭର କୃଷିର ଆଦର୍ଶ।”

ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ମୃଦୁଳା ଦେବୀ ସମାରୋହରେ ସମ୍ମାନିତ ଅତିଥ୍‌ ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରି, ଆଇସିଏଆର-ସିଆଇଡବ୍ଲ୍ୟୁଏର ଲିଙ୍ଗ ସମାବେଶୀ ପ୍ରଯୁକ୍ତିବିଦ୍ୟା, ଜୀବିକା ମଡେଲ ବିକାଶ ଏବଂ ମହିଳା କୃଷକମାନଙ୍କ କ୍ଷମତା ନିର୍ମାଣରେ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଡକ୍ଟର ରାଜବୀର ସିଂହ, ଉପ-ମହାନିର୍ଦ୍ଦେଶକ (କୃଷି ସମ୍ପ୍ରସାରଣ), ଆଇସିଏଆର, ତାଙ୍କ ଭାଷଣରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ପାଇଁ ବିଜ୍ଞାନ ଆଧାରିତ ପଦକ୍ଷେପର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ସହଭାଗିତା ଦେଶର ଆର୍ଥିକ ସୁସ୍ଥିତିରେ ମୂଳଭୂମିକା ନିଭାଉଛି।

ଏହି କାର୍ଯ୍ୟକ୍ରମରେ ଆଇସିଏଆରର ପୂର୍ବତନ ଅତିରିକୁ ମହାନିର୍ଦ୍ଦେଶକ ଡ଼. ବିମଲେଶ ମାନ ଏବଂ ଭାରତର 'ମିଲେଟ୍ ରାଣୀ' ଶ୍ରୀମତୀ ରାଇମତୀ ଘିଉରିଆ ମଧ୍ୟ ଉପସ୍ଥିତ ହୋଇ, ମହିଳା ଚାଷୀଙ୍କ ନବସୃଜନ ଓ ସଫଳତାର ଅନୁଭବ ବାଣ୍ଟିଥିଲେ ।

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ମହିଳା କୃଷକ କୃତିତ୍ୱ ହାସଲକାରୀଙ୍କୁ ସମ୍ମାନିତ କରାଯା ରାଯାଇଥିଲା। ବୈଜ୍ଞାନିକ ଭିତ୍ତରେ ଫସଲ ଉତ୍ପାଦନ ଏବଂ ପଶୁପାଳନ ଅଭ୍ୟାସ, ପ୍ରାକୃତିକ କୃଷିର ନୀତି ଏବଂ ଅଭ୍ୟାସ, କୃଷକମାନଙ୍କୁ ଜିଏସଟି ହ୍ରାସ ଲାଭ ଏବଂ କୃଷକଙ୍କ କଲ୍ୟାଣ ପାଇଁ ଯୋଜନା ଭଳି ପ୍ରମୁଖ ବିଷୟଗୁଡ଼ିକ ଉପରେ ଏକ ବୈଜ୍ଞାନିକ-କୃଷକ ପାରସ୍ପରିକ ଆଲୋଚନା ହୋଇଥିଲା।

ସମାରୋହର ଆକର୍ଷଣ ଥୂଲା, “କୃଷିରେ ମହିଳା ଶକ୍ତି" ବିଷୟରେ ଆୟୋଜିତ ଏକ ବିଶେଷ ପ୍ରଦର୍ଶନୀ, ଯେଉଁଠି ମହିଳା ନେତୃତ୍ବାଧୀନ କୃଷି ଉଦ୍ୟୋଗ, ନବସୃଜନଶୀଳ ମହିଳା ଅନୁକୂଳ ଉପକରଣ ଏବଂ ଆଇସିଏଆର-ସିଆଇଡବ୍ଲ୍ୟୁଏ ଦ୍ବାରା ବିକଶିତ ଲିଙ୍ଗ-ଅନୁକୂଳ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା।

ତିନିଧୂ ଓ କୃଷକଙ୍କ ଅବଦାନକୁ ଏହି ଉତ୍ସବରେ ପ୍ରାୟ ୨୫୦ରୁ ଅଧୂକ ମହିଳା କୃଷକ, ଉଦ୍ୟୋଗୀ, ଏଫପିଓ ଓ ଏସଏଚଜି ସଦସ୍ୟ, ସହିତ ଛାତ୍ର, ଜନପ୍ରତିନି ପ୍ରତିଷ୍ଠାନର ବୈଜ୍ଞାନିକ ଓ କର୍ମଚାରୀମାନେ ଉତ୍ସାହିତ ଅଂଶଗ୍ରହଣ କରିଥିଲେ। ଏହି ଅବସର ମହିଳା ସ୍ବୀକୃତି ଦେବା ସହିତ ତାଙ୍କ ସଶକ୍ତିକରଣ ପାଇଁ ଏକ ନୂତନ ପ୍ରେରଣା ସୃଷ୍ଟି କରିଥିଲା ।