ବିଶ୍ବ ଆର୍ଥକ ଅସ୍ଥିରତା ମଧ୍ଯରେ ଭାରତ ଏକ ବିକାଶ ସ୍ତମ୍ଭ ଆଇଏମଏଫର ଆକଳନ ମୁତାବକ 6.6 ପ୍ରତିଶତ ଜିଡିପି ଅଭିବୃଦ୍ଧି ବଜାୟ ରଖୁବ ଭାରତ
ଦୁର୍ବଳ ବିଶ୍ବ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି। 2025 ଆର୍ଥକ ବର୍ଷରେ ଭାରତର ଜିଡିପି 6.6% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାର ବିଶ୍ବ ଅର୍ଥବ୍ୟବସ୍ଥା ଆଉଟଲୁକ୍ (ଅକ୍ଟୋବର 2025) ରିପୋର୍ଟରେ ଆକଳନ କରିଛି। ଦୃଢ଼ ଘରୋଇ ଚାହିଦା ଏବଂ ଏକ ସ୍ଥିର ସେବା କ୍ଷେତ୍ର ଜରିଆରେ ଭାରର ଅଭିବୃଦ୍ଧି ହାର ସୁଦୃଢ଼ ରହିବାର ସମ୍ଭାବନା ରହିଛି। ଏଥୂସହିତ ମୁଦ୍ରାସ୍ପିତ 2.8%କୁ ହ୍ରାସ ପାଇବା ଖାଦ୍ୟ ଓ ଇନ୍ଧନ ମୂଲ୍ୟସ୍ଥିରତାକୁ ଦର୍ଶାଉଛି ବୋଲି ଆଇଏମଏଫ ରିପୋର୍ଟରେ କୁହାଯାଇଛି । ବିଚକ୍ଷଣ ଆର୍ଥକ ପରିଚାଳନା ଏବଂ ସ୍ଥିର ନୀତିଗତ ସଂସ୍କାର ବଳରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ୍ୟ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ହୋଇପାରିଛି । ସାମ୍ପ୍ରତିକ ବାଣିଜ୍ୟିକ ବାଁଧା ସତ୍ତ୍ବେ ଭାରତ ବିଶ୍ବ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ ଯୋଗଦାନ କରୁଛି ।
ଭାରତର ଜିଡିପି 6.4% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବରୁ ଆଇଏମଏଫ ଆକଳନ କରିଥିବା ବେଳେ ବର୍ତ୍ତମାନ ଏହାକୁ ସଂଶୋଧନ କରି 6.6% କରିଛି। ପ୍ରଥମ ତ୍ରୈମାସରେ ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ ପ୍ରଦର୍ଶନ ପରେ ଏଥିରେ ସଂଶୋଧନ କରାଯାଇଛି। ବାସ୍ତବ ମୁଣ୍ଡପିଛା ଉତ୍ପାଦନ 5.7% ରହିବା ନେଇ ଆକଳନ କରାଯାଇଛି । ବାର୍ଷିକ ହାରାହାରୀ ମୁଦ୍ରାସ୍ପିତ 2.8% ରହିବ। ବିଶ୍ବସ୍ତରରେ ମୁଦ୍ରାସ୍ପିତି ହାର ଅଧୂକ ରହିଥିବା ବେଳେ ଭାରତ ଏହାକୁ ଆଶାଠାରୁ ଅଧୂକ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଦେଶରେ ବେକାରୀ ହାର ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିବା ନେଇ ଆକଳନ କରାଯାଇଛି।
ଭାରତର ସେବା କ୍ଷେତ୍ର ଏବଂ ଘରୋଇ ଚାହିଦା ବିକାଶ ହାରକୁ ତ୍ବରାନ୍ବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2025ର ପ୍ରାରମ୍ଭିକ ସମୟ ତୁଳନାରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ଦ୍ଧି ଦୃଢ଼ ରହିଛି । ଭାରତର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି । ସ୍ଥିର ବିକାଶ, ନିୟନ୍ତ୍ରିତ ମୁଦ୍ରାସ୍ପିତି ଏବଂ ନିୟନ୍ତ୍ରିତ ଚଳନ୍ତି ଖାତା ନିଅଣ୍ଡ ସୁଦୃଢ଼ ସାମଗ୍ରିକ ଆର୍ଥକ ଆଧାରକୁ ପ୍ରତିଫଳିତ କରୁଛି। ଆର୍ଥକ ଶୃଙ୍ଖଳା, ଗ୍ରାମୀଣ ଚାହିଦା ଏବଂ ଢାଞ୍ଚାଗତ ସଂସ୍କାର ଉପରେ ନିରନ୍ଧର ଧ୍ୟାନ ଦିଆଯିବା ଫଳ ନରେ ବିକାଶ ହାରକୁ ବଜାୟ ରଖାଯାଇପାରିଛି । ବିଶ୍ବ ବାଣିଜ୍ୟ ଅନିଶ୍ଚିତତା ଏବଂ ଅଭିବୃଦ୍ଧି ମନୁର ହେବ ମଧ୍ୟରେ, ଭାରତର ସ୍ଥିରତା ଏହାକୁ 2025 ଏବଂ ପରବର୍ତ୍ତୀ ସମୟରେ ବିଶ୍ବ ଆକ ପ୍ରସାରର ଏକ ପ୍ରମୁଖ ବାହକ ଭାବରେ ସ୍ଥାନିତ କରୁଛି। ହବା