ସ୍କୁଲ ଛାତ୍ରଛାତ୍ରୀଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା' ଦେଖିଲେ ରାଜ୍ୟପାଳ...

Feb 6, 2026 - 20:52
 15
ସ୍କୁଲ ଛାତ୍ରଛାତ୍ରୀଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା' ଦେଖିଲେ ରାଜ୍ୟପାଳ...

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା' ଦେଖିଲେ ରାଜ୍ୟପାଳ...

ଲୋକଭବନର ସମ୍ମିଳନୀ କକ୍ଷରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଦେଖିଥିଲେ I 

୪୫ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ I 

ଏହି କାର୍ଯ୍ୟକ୍ରମରେ ପରୀକ୍ଷା ଚାପ ପରିଚାଳନା, ପ୍ରସ୍ତୁତିରେ ଧ୍ୟାନ ବଜାୟ ରଖିବା ଏବଂ ଆତ୍ମବିଶ୍ୱାସ ରଖିବା ଇତ୍ୟାଦି ପ୍ରସଙ୍ଗ ଉପରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୂଲ୍ୟବାନ ପରାମର୍ଶ ଦେଇଥିଲେ I