ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ନିରୀହ ଶିଶୁର ଜୀବନ

ଗଜପତି : ଦୁର୍ଘଟଣାରେ ଚାଲିଗଲା ନିରୀହ ଶିଶୁର ଜୀବନ । ଏମିତ ଏକ ହୃଦୟବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ପାଟିକୋଟା ଗାଁ ଛକରେ । ସୂଚନା ଅନୁସାରେ, ଏକ ଅଟୋ ନୂଆଗଡ ଭ୍ରମରପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ଅଟୋକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଏକ ୫ ବର୍ଷ ଛୁଆର ମୃତ୍ୟୁ ହୋଇଥିଲା । ମୃତ ଶିଶୁର ନାମ ମାହି ମଣ୍ଡଳ ବୋଲି ଜଣା ପଡିଛି । ତବେ ଦୁର୍ଘଟଣାରେ ଅନ୍ୟ ପାଞ୍ଚ ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ଥିବା ବେଳେ ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଆହାତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ନିରୀହ ଶିଶୁର ଜୀବନ