ମା ଦୁର୍ଗା ମହୋତ୍ସବ ସମିତି ପୁରୁଣା ଭୁବନେଶ୍ୱର ର ପ୍ରାୟ ୫୨ ଟି ଶାରଦୀୟ ପୂଜା ପାଳନ
ମା ଦୁର୍ଗା ମହୋତ୍ସବ ସମିତି ପୁରୁଣା ଭୁବନେଶ୍ୱର ର ପ୍ରାୟ ୫୨ ଟି ଶାରଦୀୟ ପୂଜା ପାଳନ କରୁଥିବା ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଗଠନ ହୋଇଛି ବୋଲି ଏହାର ସମ୍ପାଦକ ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି |
ଏହାର ସଭାପତି ରାଜେନ୍ଦ୍ର ମାର୍ଥା କହିଥିଲେ ଯେ ଏହି ମହୋତ୍ସବ ଏ ବର୍ଷ ସମୂହ ଭାବେ ତାର ଦ୍ୱତୀୟ କାର୍ଯ୍ୟକ୍ରମ କରିବାକୁ ଯାଉଛି |
ଆଗାମୀ ଦିନରେ ଭୁବନେଶ୍ୱର ର ସମସ୍ତ ଶାରଦୀୟ ପୂଜା ସମିତିକୁ ନେଇ କରିବୁ ଯାହା ସମଗ୍ର ଓଡିଶା ଖାଲି ନୁହେଁ, ଭାରତରେ ଏକ ଆଦର୍ଶ ର ସ୍ମାରକୀ ହୋଇ ରହିବ |
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇ ସମସ୍ତ ସହଯୋଗୀ ଅନୁଷ୍ଠାନଗୁଡିକୁ ପ୍ରତ୍ୟେକ 1 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ | ସମସ୍ତ ପୂଜା ମଣ୍ଡପ ଗୁଡିକ 'ନିଶା ମୁକ୍ତ', 'ପଲିଥିନ ମୁକ୍ତ' ଏବଂ ନିଃଶବ୍ଦ (ଡିଜେ ଶୂନ୍ୟ ) ସାଜସଜ୍ଜା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ |
ଏହି ମହୋତ୍ସବରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବତନଙ୍କ ସହିତ ବର୍ତ୍ତମାନର କର୍ପୋରେଟର,ଭୁବନେଶ୍ୱରର ୩ MLA, ପୂର୍ବତନ MP Dr ପାଟଶାଣି ଏବଂ ମେୟର ସୁଲୋଚନା ଦାସ ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ |
ଉପଦେଷ୍ଟା ଧିରେନ ପଟ୍ଟନାୟକଙ୍କ ସମ୍ପାଦିତ "ମହାଦେବୀ" ସ୍ମରଣିକା ଉନ୍ମୋଚନ ସହିତ ସମସ୍ତ ପୂଜା କର୍ମକର୍ତ୍ତା ଓ ସାହି ମୁରଵୀଙ୍କୁ ଫଳକ ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା ||