ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ ଗଣକବି ବୈଷ୍ଣବ ପାଣି ଙ୍କ ଜୟନ୍ତୀ ଉତ୍ସବ...
କଟକ ଜିଲ୍ଲା ମାହାଙ୍ଗା ଥାନା ର ଅଗ୍ରଗଣ୍ଯ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ କୁଆଁପାଳ ଠାରେ ଗଣକବି ବୈଷ୍ଣବ ପାଣି ଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ପାଳନକରାଯାଇଛି ।
ଏହି ଉତ୍ସବରେ ଅଧ୍ୟକ୍ଷତା କରି, ଅନୁଷ୍ଠାନ ର ସଭାପତି, ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ମୁଖ୍ୟ ସମ୍ପାଦକ ତଥା ଓଁକାରନାଥ ମିଶନ୍ ର ଅଧ୍ୟକ୍ଷ ଇଂ ଜିତେନ୍ କୁମାର ରାଉତରାୟ ଗଣକବି ବୈଷ୍ଣବ ପାଣି ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି, କବି ଙ୍କ ଜୀବନ ଦର୍ଶନ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ରବି ଦାସ, ବରିଷ୍ଠ ଆଇନ ପରାମର୍ଶଦାତା ତଥା ସାହତ୍ୟିକ ଶ୍ରୀ ଦୀପକ କୁମାର ମହାନ୍ତି, ବିଶିଷ୍ଟ ଯୋଗଗୁରୁ ତଥା କ୍ଲବ୍ କୋଷାଧ୍ୟକ୍ଷ ଶ୍ରୀ ଜୟଦେବ ମୁଦୁଲି ପ୍ରମୁଖ ବୈଷ୍ଟବ ପାଣି ଙ୍କୁ ଗଣ ହୃଦୟର କବି କହି ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନୀତ ବକ୍ତା ମାନେ ଗଣକବିଙ୍କ ନାଟ୍ୟ ସାହିତ୍ୟ କୃତୀ ସମ୍ବନ୍ଧରେ ଆଲୋଚନା କରି କରି ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସାଇ କୋଚିଂ ସେଣ୍ଟର ର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଗଣକବିଙ୍କ ସଙ୍ଗୀତ ଆବୃତି କରି ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ। ସାଇ କୋଚିଂ ସେଣ୍ଟର ଅଧ୍ୟାପକ ଶ୍ରୀ ତୁଷାର ଦାସ।
ସେହି ପରି ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ ସୁନ୍ଦରମ୍ ପ୍ରକାଶନ ପରିବାର ଓ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ରେ ଥିବା ଗଣକବି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।