ଯୋଗ୍ୟ ହିତାଧୂକାରୀଙ୍କୁ ମିଳିବ ଘର ।

Nov 21, 2025 - 15:22
Nov 21, 2025 - 15:23
 9
ଯୋଗ୍ୟ ହିତାଧୂକାରୀଙ୍କୁ ମିଳିବ ଘର ।

ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏ ବିଏମସି କମିସନର ପ୍ରତିକ୍ରିୟା ରଖୁଛନ୍ତି । କହିଛନ୍ତି, ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର । ଯୋଗ୍ୟ ହିତାଧୂକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ । ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି । ଯେତେ ଆବଶ୍ୟକ ପଡ଼ିବ ଦିଆଯିବ । କିନ୍ତୁ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

ଏବେ ଯୋଗ୍ୟ ହିତାଧୂକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ବିକଶିତ ଭୁବନେଶ୍ବର ପାଇଁ ବାମପାର୍ଶ୍ବ ସମାନୁରାଳ ରାସ୍ତାର ଆବଶ୍ୟକତା ରହିଛି । ତେଣୁ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ମୁକ୍ତ କରାଯାଉଛି । ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଡନ କରାଯାଇଛି । ଏବେ ଉଚ୍ଛେଦ କରାଯାଉଥିବା ଲୋକଙ୍କୁ ବୁଦ୍ଧ ବିହାରରେ ଥୂବା ଫ୍ଲାଟ ରଖାଯାଇଛି । ଅନ୍ୟ କିଛି ଲୋକଙ୍କୁ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର ଓ ମଣ୍ଡପରେ ରଖାଯାଇଛି । ସେମାନଙ୍କୁ ତିନି ବେଳା ଖାଇବାକୁ ଦିଆଯାଉଛି । ଉଚ୍ଛେଦ ଯୋଗୁଁ ପିଲାଙ୍କ ପାଠ ପଢ଼ା ଯେମିତି ବାଧାପ୍ରାପ୍ତ ନ ହେବ ସେଥ୍‌ପାଇଁ ସ୍ଥାନୀୟ ସ୍କୁଲରେ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି