ରାଜସ୍ଥାନର ବାଲୋତରା ଜିଲ୍ଲାରେ ଏଚ୍ଆର୍‌ଆର୍‌ଏଲ୍ ପାଇଁ ମୂଲ୍ୟ ଓ ଇକ୍ସିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

Apr 9, 2026 - 17:36
 4
ରାଜସ୍ଥାନର ବାଲୋତରା ଜିଲ୍ଲାରେ ଏଚ୍ଆର୍‌ଆର୍‌ଏଲ୍ ପାଇଁ ମୂଲ୍ୟ ଓ ଇକ୍ସିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

ରାଜସ୍ଥାନର ବାଲୋତରା ଜିଲ୍ଲାରେ ଏଚ୍ଆର୍‌ଆର୍‌ଏଲ୍ ପାଇଁ ମୂଲ୍ୟ ଓ ଇକ୍ସିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

ଏଚ୍ପିସିଏଲ୍ ଓ ରାଜସ୍ଥାନ ସରକାରଙ୍କ ଯୁଗ୍ମ ଉଦ୍ୟୋଗରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ

ଅପ୍ରେଲ: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏଚ୍ପିସିଏଲ୍ ରାଜସ୍ଥାନ ରିଫାଇନାରୀ ଲିମିଟେଡ୍ (ଏଚ୍ଆର୍‌ଆର୍‌ଏଲ୍) ପ୍ରକଳ୍ପର ସଂଶୋଧୂତ ମୂଲ୍ୟକୁ ଅନୁମୋଦନ କରିଛି। ପୂର୍ବରୁ ୪୩,୧୨୯ କୋଟି ଟଙ୍କା ଥିବା ପ୍ରକଳ୍ପ ମୂଲ୍ୟକୁ ବଢ଼ାଇ ୭୯,୪୫୯ କୋଟି ଟଙ୍କା କରାଯାଇଛି। ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ଏଚ୍ପିସିଏଲ) ଦ୍ବାରା ୮,୯୬୨ କୋଟି ଟଙ୍କାର ଅତିରିକୁ ଇକ୍ସିଟି ନିବେଶକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ବୃଦ୍ଧି ପରେ ଏଚ୍ପିସିଏଲର ମୋଟ ଇକ୍ସିଟି ନିବେଶ ୧୯,୬୦୦ କୋଟି ଟଙ୍କାକୁ ପହଞ୍ଚିବ।

କାର୍ଯ୍ୟାନ୍ବୟ ଦ୍ବୟନ ରଣନୀତି ଏବଂ ଲକ୍ଷ୍ୟ:

ଏଚ୍ଆର୍‌ଆର୍‌ଏଲ୍ ଏଲ୍ ରିଫାଇନାରୀ ହେଉଛି ଏକ ଅତ୍ୟନ୍ତ ବୃହତ ରିଫାଇନାରୀ ଯେଉଁଥ୍ରେ ଉତ୍ପାଦ ପ୍ଲେଟ୍ ସହିତ ୨୬%ରୁ ଅଧୂକ ପେଟ୍ରୋକେମିକାଲ ଉତ୍ପାଦ ହୋଇଥାଏ । ପ୍ରତି ବର୍ଷ ୧ ମିଲିୟନ୍ ମେଟ୍ରିକ ଟନ୍ (ଏସ୍ଏମ୍‌ଟିପିଏ ) ପେଟ୍ରୋଲ, ୪ ଏସ୍ଏମ୍ଟିପିଏ ଡିଜେଲ ଉତ୍ପାଦନ ସହିତ, ଏହା ୧ ଏସ୍ଏମ୍‌ଟିପିଏ ପଲିପ୍ରୋପାଇଲିନ୍, ୦.୫ ଏସ୍ଏମ୍‌ଟିପିଏ ଏଲଏଲ୍‌ପିଡିଇ (ଲିନିୟର୍ ଲୋ ଲୋ ଡେନ୍‌ସିଟି ପଲିଇଥୂଲିନ ଲିନ), ୦.୫ ଏସ୍ଏମ୍‌ଟିପିଏ ଏଚ୍ଡିପିଇ (ହାଇ ଡେନ୍‌ସିଟି ପଲିଇଥୂଲିନ୍) ଏବଂ ପ୍ରାୟ ୦.୪ ଏସ୍ଏମ୍‌ଟି ମ୍‌ଟିପିଏ ବେଞ୍ଜିନ, ଟୋଲ୍ୟୁ ଲ୍ୟୁଇନ୍ ଏବଂ ବ୍ୟୁଟାଡିନ ଉତ୍ପାଦନ କରିବ । ଏହି ସମସ୍ତ ଉତ୍ପାଦ ପରିବହନ, ଔଷଧ, ରଙ୍ଗ, ପ୍ୟାକେଜିଂ ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ଆମର ଶ ଶକ୍ତି ଏବଂ ଶିଳ୍ପ ଇକୋସିଷ୍ଟମ୍ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ପ୍ରକଳ୍ପ ଶକ୍ତି ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେବ ଏବଂ ପେଟ୍ରୋକେମି କେମିକାଲ୍ କ୍ଷେତ୍ରର ଆମଦାନୀ ନିର୍ଭରତା ହ୍ରାସ କରିବ । ଏହାର ନିର୍ଦ୍ଧାରିତ ବାଣିଜ୍ୟିକ କାର୍ଯ୍ୟ ତାରିଖ (ଏସ୍‌ସିଓଡି) ହେଉଛି ୧ ଜୁଲାଇ, ୨୦୨୬ ।

ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ସହିତ ପ୍ରମୁଖ ପ୍ରଭାବ:

ଦେଶ ଶରେ ବର୍ଷିତ ଶକ୍ତି ଓ ପେଟ୍ରୋକେମି ପଟ୍ରୋକେମିକାଲ ଆବଶ୍ୟକତା ଏବଂ ସ୍ଵତନ୍ତ୍ର ଉତ୍ପାଦ ଉତ୍ପାଦନକୁ ବିଚାରକୁ ନେଇ ଏଚ୍ଆର୍‌ଆର୍‌ଏଲ୍ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ, ଯାହା ଦ୍ବାରା ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ ପାଇବ ଏବଂ ବିଦେଶୀ ମୁଦ୍ରା ସଞ୍ଚୟ ହେବ । ଏହା ବ୍ୟତୀତ, ଏହି ପ୍ରକଳ୍ପ ଏକ ପଛୁଆ ଅଞ୍ଚଳର ଶିଳ୍ପାୟନ, ସ୍ଥାନୀୟ ଭାବରେ ଉପଲବ୍ଧ ମଙ୍ଗଳା ଅଶୋଧୂତ ତୈଳର ବ୍ୟବହାର ଏବଂ ଭାରତକୁ ଏକ ରିଫାଇନିଂ ହବ୍ ଭାବରେ ପ୍ରୋତ୍ସାହିତ କରିବାରେ ମଧ୍ୟ ଯୋଗଦାନ ଦେବ । ଏହି ପ୍ରକଳ୍ପର କାର୍ଯ୍ୟାନ୍ଵୟନ ସମୟରେ, ଏଚ୍ଆର୍‌ଆର୍‌ଏଲ୍‌ ରିଫାଇନାରୀ ୟୁନିଟ୍‌ର ନିର୍ମାଣରେ ନିୟୋଜିତ ବିଭିନ୍ନ ଅଂଶୀଦାରଙ୍କ ଦ୍ବାରା ପ୍ରାୟ ୨୫ ହଜାର ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ପୃଷ୍ଠଭୂମି:

ରାଜସ୍ଥାନର ବାଲୋତରା ଜିଲ୍ଲାର ପଚପଦରା ସ୍ଥିତ ଏଚ୍ଆରଆର୍‌ଏଲ୍ ଏକ ୯ ନିୟୁତ ମେଟ୍ରିକ୍ ଟନ୍ ପ୍ରତି ବର୍ଷ (ଏସ୍ଏମ୍‌ଟିପିଏ) କ୍ଷମତାର ଗ୍ରୀନ୍‌ଫିଲ୍ମ ରିଫାଇନାରୀ-ସହ-ପେଟ୍ରୋକେମିକାଲ୍ କଲବ୍ଧ, ଯାହାର ଉତ୍ପାଦନ କ୍ଷମତା ୨.୪ ଏସ୍ଏମ୍‌ଟିପିଏ ପେଟ୍ରୋକେମିକାଲ୍ ରହିଛି । ଏହି ପ୍ରକଳ୍ପର କାର୍ଯ୍ୟାନ୍ଵୟନ ଏଚ୍ପିସିଏଲ୍ ଏବଂ ରାଜସ୍ଥାନ ସରକାରଙ୍କ (ଜିଓଆର୍)ର ଏକ ମିଳିତ ଉଦ୍ୟୋଗ (ଜେଭି) ଏଚ୍ଆରଆରଏଲ୍ ଦ୍ବାରା କରାଯାଉଛି ଯେଉଁଥ୍ରେ ଉଭୟଙ୍କର ଅଂଶଧନ ଯଥାକ୍ରମେ ୭୪% ଏବଂ ୨୬% ରହିଛି ।