ରାଜସ୍ଥାନର ସମସ୍ତ ୨୫ଟି ଆସନରେ ଭାଜପାର ଟିକେଟ ଚୂଡ଼ାନ୍ତ

ଭାଜପା ଆସନ୍ତା ଲୋକ ସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ଦଳ ସୂତ୍ରରୁ ପ୍ରକାଶ ଯେ, ସମସ୍ତ ୨୫ଟି ଆସନରେ ନାମ ଚୂଡାନ୍ତ ହୋଇଛି, ସେଥିମଧ୍ୟରୁ ୧୦ଟି ସିଟ୍ରେ ନୂଆ ମୁହଁ ଆସିବ। ସମସ୍ତଙ୍କ ନାମ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ଦଳ ସୂତ୍ରରୁ ପ୍ରକାଶ। ରାଜ୍ୟ ସଭାପତି ସିପି ଯୋଶୀଙ୍କୁ ଚିତ୍ତରଗଡ଼, ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କୋଟା, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ବିକାନେର, ଦୁଶନ୍ତ ସିଂଙ୍କୁ ଝାଲଓ୍ବର, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କୁ ଯୋଧପୁର, କେନ୍ଦ୍ର ମନ୍ତ୍ରୀ କୈଳାସ ଚୌଧୁରୀଙ୍କୁ ସୁଯୋଗ ମିଳିପାରେ।
ନୂଆ ମୁହଁ ମଧ୍ୟରେ ଚେହେରାମାନଙ୍କ ମଧ୍ୟରେ ରାଜେନ୍ଦ୍ର ରାଠୋର ରାଜ ସମନ୍ଦ, ଅଜମେର କିମ୍ବା ଜୟପୁରରୁ ସତୀଶ ପୁନିଆଙ୍କ ସୁଯୋଗ ପାଇପାରନ୍ତି। ଜୟପୁର ଗ୍ରାମୀଣରୁ ରାଖୀ ରାଠୋର ମଧ୍ୟ ଦୌଡ଼ରେ ଅଛନ୍ତି। କଂଗ୍ରେସରୁ ମହେନ୍ଦ୍ର ମାଲଭିଆ ବନସଓ୍ବରା ଡଙ୍ଗରପୁର ଆସନରୁ ଟିକେଟ ଟିକେଟ୍ ପାଇପାରନ୍ତି। ଏଥର ଦଳ ଉଦୟପୁର, ଭରତପୁର, ବନସଓ୍ବରା ଡଙ୍ଗରପୁର, ଡାଉସା, ସିରୋହି, ଅଜମେର, ଜୟପୁର ରୁରାଲ, ରାଜସମନ୍ଦ, ଝୁନ୍ଝୁନ୍ ଅଲଓ୍ବାର, ଟଙ୍କ୍ ସାଓ୍ବାଇ ମାଧପୁର ଆସନରେ ନୂଆ ମୁହଁ ଦେବାକୁ ନିଷ୍ପତ୍ତି ନେଇଛି।