ରାଜ୍ୟ ରାଜନୀତିରେ ବଡ଼ ଚହଳ ଦେଖା ଦେଇଛି, ଦିଲୀପ ନାୟକ ଏବେ EOW ପଞ୍ଝାରେ!

Sep 19, 2025 - 20:02
 8
ରାଜ୍ୟ ରାଜନୀତିରେ ବଡ଼ ଚହଳ ଦେଖା ଦେଇଛି, ଦିଲୀପ ନାୟକ ଏବେ EOW ପଞ୍ଝାରେ!

ବିଜେଡିର ବଡ଼ ନେତା ଦିଲୀପ ନାୟକ ଙ୍କୁ ଉଠାଇ ନେଇଛି EOW।

ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ପୁଲିସ (EOW) ଉଠାଇନେଇଛି। 

କଟକ ଜିଲାର ବାଦାମବାଡ଼ି ଅଞ୍ଚଳସ୍ଥିତ ତାଙ୍କ ନିବାସରେ EOWର ଦଳ ରେଡ ଚଢ଼ାଇ ପଚରାଉଚରା ଓ କାଗଜପତ୍ର ଯାଞ୍ଚ କରିବା ପରେ ସେମାନେ ନାୟକଙ୍କୁ ଆତ୍ମସମର୍ପଣ କରାଇ ନେଇଛନ୍ତି।

ସୂଚନା ମୁତାବକ ଦିଲ୍ଲୀପ ନାୟକଙ୍କ ବାଦାମବାଡି ଘରେ, ରେଡ ପରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ ଚାଲିଥିଲା। ତାଙ୍କୁ ପଚରାଉଚରା ଓ କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ଏଉ କବଜାରେ ରଖିଛି |

ଦିଲ୍ଲୀପ ନାୟକ ଓଡ଼ିଶାର ରାଜନୀତିରେ ଏକ ପ୍ରଭାବଶାଳୀ ବ୍ୟକ୍ତି |

ସେ ନିମାପଡ଼ା ଆସନରେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଥିଲେ। ଏହାପୂର୍ବରୁ ସେ କଟକ ଜିଲଲ୍ଲାରେ ବିଜେଡିର ଏକ ମୁଖ୍ୟ ନେତା ଭାବେ ପରିଚିତ ଥିଲେ। 

୨୦୨୪ ଏପ୍ରିଲରେ ଦିଲ୍ଲୀପ ନାୟକ ଶତାଧିକ ଭାଜପା କର୍ମକର୍ତ୍ତାଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ।