ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ...

Aug 6, 2026 - 13:33
 3
ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ...

ରାଷ୍ଟ୍ରପତି ଙ୍କ ସହମତିରେ ତାଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ

ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ନିର୍ମିତ ତିନିରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ସ୍ଥାପନ ପାଇଁ ସମ୍ମତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ଭୁବନେଶ୍ବରରେ ମହାମହିମଙ୍କୁ ଭେଟିଥିଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ |  

ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ପୁରୀ ରଥଯାତ୍ରାର ତିନି ରଥ ଚକ, ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ତିନି ରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । 

ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । 

ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ `ନନ୍ଦିଘୋଷ`, ପ୍ରଭୁ ବଳଭଦ୍ରଙ୍କ `ତାଳଧ୍ୱଜ` ଏବଂ ଦେବୀ ସୁଭଦ୍ରାଙ୍କ `ଦର୍ପଦଳନ` ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା ନେଇ ମହାମହିମ ସମ୍ମତି ପ୍ରକାଶ କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକଅରବିନ୍ଦ ପାଢ଼ୀ କହିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକଅରବିନ୍ଦ ପାଢ଼ୀ କହିଛନ୍ତି," ମୁଁ ଗତକାଲି (ସୋମବାର) ଭୁବନେଶ୍ୱର ସ୍ଥିତ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଥିଲି । 

ରାଷ୍ଟ୍ରପତି ଭବନରେ ରଥଯାତ୍ରାର ତିନିଟି ରଥର ତିନିଟି ଚକ ସ୍ଥାପନ କରିବାକୁ ସମ୍ମତି ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । 

ଯାହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।"

ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ପୁରୀ ରଥଯାତ୍ରାର ତିନି ରଥର ତିନି ଚକ | 

ପ୍ରତିବର୍ଷ ରଥଯାତ୍ରା ପରେ ବାର୍ଷିକ ରଥଯାତ୍ରାରେ ବ୍ୟବହୃତ ତିନିଟି ରଥକୁ ଭଙ୍ଗାଯାଏ । କାଠର କିଛି ଅଂଶ ଜଗନ୍ନାଥ ମନ୍ଦିର ରୋଷଘରେ ବ୍ୟବହୃତ ହେଉଥିବା ବେଳେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ । 

ରଥଯାତ୍ରା ଉତ୍ସବ ପାଇଁ ପ୍ରତିବର୍ଷ ନୂଆ କାଠ ବ୍ୟବହୃତ ହୋଇ ନୂତନ ରଥ ନିର୍ମାଣ କରାଯାଏ ।

ରାଷ୍ଟ୍ରପତି ଭବନରେ ଓଡ଼ିଶାର ଐତିହ୍ୟ ସ୍ଥାନ ପାଇବା ଏହା ପ୍ରଥମ ଘଟଣା ନୁହେଁ ।ଗତ ୨୦୨୪ ମସିହା ଅକ୍ଟୋବର ୨୯ ତାରିଖରେ, ପରିଦର୍ଶକମାନଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ, ପରମ୍ପରା ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଏବଂ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରିଟି ବାଲୁକାପଥର ପ୍ରତିକୃତି ସ୍ଥାପନ କରାଯାଇଥିଲା । 

ଓଡ଼ିଶାରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମଧ୍ୟ ପାଇଛି ।

ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ପୁରୀ ରଥଯାତ୍ରାର ତିନି ରଥ ଚକ 

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନକହିଛନ୍ତି,"ରାଷ୍ଟ୍ରପତି ଭବନରେ ମହାପ୍ରଭୁଙ୍କ ରଥ ଚକ ସ୍ଥାନ ପାଇବ, ଯାହା ଆମ ପାଇଁ ବହୁତ ଖୁସି ଓ ଗର୍ବର ବିଷୟ । 

ଜଣେ ଓଡ଼ିଆ ରାଷ୍ଟ୍ରପତିଙ୍କ ସମୟରେ ମହାପ୍ରଭୁଙ୍କ ରଥ ଚକ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବ ଆମ ପାଇଁ ବହୁତ ଖୁସି ଖବର । ରାଷ୍ଟ୍ରପତି ଭବନରେ ମହାପ୍ରଭୁଙ୍କ ରଥ ଚକ ସ୍ଥାନ ପାଇଲେ ଅନେକ ବିଶିଷ୍ଟ ଲୋକ ଏହାକୁ ଦେଖି ପାରିବେ । ଏହାଦ୍ଵାରା ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ଆହୁରି ଅଧିକ ପ୍ରଚାର ପ୍ରସାର ହୋଇପାରିବ ।

କେଉଁ ରଥରେ କେତୋଟି ଚକ ଲାଗିଥାଏ:  

ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ତିନିଟି ରଥ ବ୍ୟବହୃତ ହୋଇଥାଏ । ପ୍ରତିବର୍ଷ ଆଷାଡ଼ ଶୁକ୍ଲ ପକ୍ଷ ଦ୍ବିତୀୟ ତିଥିରେ ରଥାଯାତ୍ରାରେ, ରଥରେ ଚଢ଼ି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନବେଦୀରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ତିନିଠାକୁର । 

ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ 16ଟି ଚକ ଲାଗୁଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ 12ଟି ଏବଂ ପ୍ରଭୁ ବଳଭଦ୍ରଙ୍କ ତାଲଧ୍ୱଜ ରଥରେ 14ଟି ଚକ ଲାଗିଥାଏ ।