ରାହା (RAAHAA) ର ଭିନ୍ନ କାର୍ଯ୍ୟକ୍ରମ...
"ବୟସ ବଢ଼ିବା ମାନେ ଜୀବନର ଶେଷ ନୁହେଁ, ବରଂ ଏହା ଏକ ନୂଆ ଅଧ୍ୟାୟ"।
ଆମ ସହରର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ, ସ୍ନେହ ଏବଂ ଖୁସିରେ ଭରିଦେବା ପାଇଁ BOU Foundation ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପ 'ରାହା' (RAAHAA) ଏକ ପ୍ରଶଂସନୀୟ ପଦକ୍ଷେପ।
"ରାହା" କେବଳ ଏକ ପ୍ରକଳ୍ପ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ।
ଭୁବନେଶ୍ୱରକୁ ଏକ ସମ୍ପୂର୍ଣ୍ଣ 'ସିନିୟର ସିଟିଜେନ -ଫ୍ରେଣ୍ଡଲି' ସହରରେ ପରିଣତ କରିବା
ଆମର ବରିଷ୍ଠ ନାଗରିକମାନେ ଯେପରି ଗୌରବ ଓ ସୁରକ୍ଷା ସହ ଜୀବନ ଅତିବାହିତ କରିବେ, ସେ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।
"ରାହା - ଅଟକି ଯିବନି ଜୀବନ, ଆମେ ଅଛୁ।
ଯେଉଁମାନେ ଆମ ପାଇଁ ଏହି ସହର ଗଢ଼ିଛନ୍ତି, ସେମାନଙ୍କୁ ଆଜି ଆମ ସମସ୍ତଙ୍କ ସହଯୋଗ ଓ ସ୍ନେହର ଆବଶ୍ୟକତା ରହିଛି।
ଆସନ୍ତୁ, ମିଳିମିଶି ବରିଷ୍ଠ ନାଗରିକମାନଙ୍କ ଜୀବନକୁ ଅଧିକ ସୁନ୍ଦର ଓ ପରିପୂର୍ଣ୍ଣ କରିବା।