ଲୋକଙ୍କ ପାଇଁ ଦିନ ଟିଏ, ଲୋକଙ୍କ ସରକାର...
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଖରା ଯୋଗୁଁ ବନ୍ଦ ରହିଥିଲା । ପୁଣି ଥରେ ଆରମ୍ଭହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଜୁନ୍ ୧ରେ ଭୁବନେଶ୍ବର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ।
ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଗତ ଏପ୍ରିଲ ୨୭ ତାରିଖରେ ଯେଉଁମାନେ ଅନଲାଇନ୍ ଯୋଗେ ନାମ ଓ ଅଭିଯୋଗ ବାବଦରେ ପଞ୍ଜିକରଣ କରିଥିଲେ, ସେହିମାନେ ହିଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ ଦାଖଲ କରିବେ । ସେମାନେ ପୁଣିଥରେ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ | ସୂଚନାଥାଉକି, ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ସାଙ୍ଗରେ ପରିଚୟ ପତ୍ର ଓ ଅଭିଯୋଗ ପତ୍ର ଆଣିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।