ସରଳ ହେଲା ରାଜସ୍ବ ସେବା ଆଉ ଦୌଡିବାକୁ ପଡିବ ନାହିଁ ବାରମ୍ବାର...

Feb 7, 2026 - 14:10
 18
ସରଳ ହେଲା ରାଜସ୍ବ ସେବା ଆଉ ଦୌଡିବାକୁ ପଡିବ ନାହିଁ ବାରମ୍ବାର...

ସରଳ ହେଲା ରାଜସ୍ବ ସେବା ଆଉ ଦୌଡିବାକୁ ପଡିବ ନାହିଁ ବାରମ୍ବାର...

ବାରମ୍ବାର ଯିବାକୁ ପଡିବ ନାହିଁ ତହସିଲ ଅଫିସ। 

ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା ।

‘ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଉନ୍ମୋଚନ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଏହାସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଏହି ନମ୍ବରରେ ୯୪୩୭୨୯୨୦୦୦ (ହ୍ବାଟ୍ସଆପ୍‌ ନଂ)ରେ ରାଜସ୍ବ ସେବା ପାଇହେବ । 

୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । 

ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଏଥିରେ ଗ୍ରହଣ କରାଯିବ 

ଲୋକସେବା ଭବନରେ ଆମ ସାଥି ସହାୟକ 'ୟୁନିଫାଏଡ୍ ହ୍ୱାଟସଆପ୍‌ ବଟମ' ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହ୍ୱାଟସଆପ୍‌ ମେସେଜରେ ମିଳିବ ରାଜସ୍ବ ସେବା । ୯୪୩୭୨୯୨୦୦୦ WhatsApp ନଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦିକ ସେବା ଗୁଡ଼ିକ ସହ ୧୭୦ରୁ ଅଧିକ ଜରୁରୀ ସରକାରୀ ସେବା ମିଳିବ । 

ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । 

ଏଥିସହ ୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଏହି ବୈଠକରେ ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ ମଧ୍ୟ ଉପସ୍ଥିତ ଥିଲେ।

ଲୋକଙ୍କୁ ବାରମ୍ବାର ତହସଲ ଅଫସକୁ ଦୌଡ଼ିବାକୁ ପଡ଼ିବନି

ରାଜସ୍ବ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ

ଏଥିରେ ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ

ସମୟ ସୀମା ମଧ୍ଯରେ ସମସ୍ୟାର ସମାଧାନ କରାଯିବ

ଦୁର୍ନୀତି ରୋକିବା ଦିଗରେ ଏକ ପଦକ୍ଷେପ 

ଯଦି ସମୟ ଭିତରେ ସମସ୍ୟା ସମାଧାନ ନହେଲା ତେବେ କଡା ଆକ୍ସନ ନିଆଯିବ

ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା ଆକ୍ସନ ନିଆଯିବ