ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଏକାଦଶ ତମ ବାର୍ଷିକ ସମାରୋହ "ସୁରକ୍ଷା " ପାଳନ...
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଏକାଦଶ ତମ ବାର୍ଷିକ ସମାରୋହ "ସୁରକ୍ଷା " ପାଳନ...
ଲିଙ୍ଗରାଜ ବିହାର ପୋଖରୀପୁଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଏକାଦଶ ତମ ବାର୍ଷିକ ସମାରୋହ " ସୁରଷା " ମହସରୋହ ରେ ପୋଖରୀପୁଟ ସ୍ଥିତ ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇ ଅଛି ।
ଏହି ସମାରୋହ ରେ ବରେଣ୍ୟ ଅତିଥି ରୂପେ ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ର ରଜଯୋଗ ପ୍ରଶିକ୍ଷକ ବି କେ ଲିନା, ପଦ୍ମଶ୍ରୀ ବିଭୂଷିତା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରାଦେଶିକ ଶୈଖିକ ପ୍ରମୁଖ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ସମ୍ପାଦକ ମହୋଦୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ଏବଂ ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ରୀତାରାଣି ପଟେଲ ନିଜର କର କମଳରେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ସମାରୋହର ଉଦ୍ଘାଟନ କରିଥିଲେ ।
ଶିଶୁ ଭାଇ ଭଉଣୀ ମାନେ ଅତିଥି ଙ୍କ ସମ୍ମାନାର୍ଥେ ସ୍ବାଗତ ସଙ୍ଗୀତ ଏବଂ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ଏଥି ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଦ୍ଵାରା ରାଜ୍ୟ ଗାନ କରାଯାଇଥିଲା ।
ଏହାପରେ ଅତିଥି ମାନେ ନିଜର ଶିକ୍ଷଣୀୟ ସମ୍ଭାଷଣ ଦ୍ଵାରା ଶିଶୁ ଭାଇ ଭଉଣୀ ଓ ଦର୍ଶକ ବନ୍ଧୁ ମାନଙ୍କୁ ଉଦ୍ ବୋଧିତ କରିଥିଲେ । ପରେ ପରେ ପ୍ରଧାନ ଆଚାର୍ଯ୍ୟ। ମହୋଦୟା ସମସ୍ତଙ୍କ ସମ୍ମୁଖରେ ବାର୍ଷିକ ବିବରଣୀ ପଠନ କରିଥିଲେ ।
ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଗି ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସଙ୍ଗୀତ ମୂର୍ଚ୍ଛନା କାର୍ଯ୍ୟକ୍ରମ । ଏହି ଉତ୍ସବ ର decoration, light ଓ sound ମଂଚର ଶୋଭା ବର୍ଦ୍ଧନ କରୁଥିଲା ।
ଏହି ସଂଗୀତ ମୂର୍ଚ୍ଚନା କାର୍ଯ୍ୟକ୍ରମ ରେ ଶିଶୁ ଭାଇ ଭଉଣୀ ମାନେ ଭଜନ, ସମ୍ବଲପୁରୀ, operation Sindoor ଭଳି ଦେଶପ୍ରେମ ଭରା ସଙ୍ଗୀତ ଏବଂ ଅନ୍ୟାନ୍ୟ ସାମାଜିକ ମୂଲ୍ୟବୋଧ କୁ ସୁଚାଉଥିବା ସଙ୍ଗୀତ ରେ ନୃତ୍ୟ ଓ ବ୍ୟଙ୍ଗ।ତ୍ମକ ଅଭିନୟ ପରିବେଷଣ କରି ସନ୍ଧ୍ୟା ଟିକୁ ଉତ୍ସବ ମୁଖର କରିଥିଲେ ।
ବିଦ୍ୟାଳୟ ର ଶିଶୁ ଭାଇ ଭଉଣୀ ମାନେ ଯୋଗ, ମୁଦ୍ରା, ଆସନ, ସୂର୍ଯ୍ୟ ନମସ୍କାର, scout Guide pyramid ଓ self defence ର ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ ।
ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା, ନୃତ୍ୟ ନିର୍ଦ୍ଦେଶକ, ଅଭିଭାବକ, ଅଭିଭାବିକା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।