ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ଯମ ପ୍ରତିନିଧୂ
ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ଯମ ପ୍ରତିନିଧି |
ପିଆଇବି ତତ୍ତ୍ବାବଧାନରେ ତେଲଙ୍ଗାନାଟୁ ନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧୂ ଦଳ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଭୁବନେଶ୍ବରସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିଦର୍ଶନ କରିଛନ୍ତି। ଏହି ଗଣମାଧ୍ୟମ ପ୍ରତିନିଧୂ ଦଳ ବୈଜ୍ଞାନିକମାନଙ୍କ ସହ ମତ ବିନିମୟ କରିବା ସହିତ ସିଏସଆଜ୍ ଆଇଆର-ଆଇଏମଏମଟିରେ ଚାଲିଥିବା ବିଭିନ୍ନ ଗବେଷଣା କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି ।
ଭାରତ ସର ରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ପିଆଇବି), ଭୁବନେଶ୍ବରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧୂକାରୀ ସ୍ବାଧୀନ ଶକ୍ତିପ୍ରସାଦଙ୍କ ସହିତ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ସିଏସଆଇଆର-ଆଇଏମଏମଟି ପରିସର ବୁଲି ଦେଖୁଥିଲେ। ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏହି ପ୍ରତିନିଧୂ ଦଳକୁ ବିଭିନ୍ନ ବିଷୟରେ ସୂଚନା ଦେଇଥିଲେ। ବିଶେଷ କରି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଖଣିଜ କ୍ଷେତ୍ରରେ ହୋଇଥିବା ଗବେଷଣା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା ।
ବୈଜ୍ଞାନିକମାନଙ୍କ ସୂଚନା ମୁତାବକ, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିଷ୍ଠାନ ପକ୍ଷରୁ 925ରୁ ଅଧୂକ ଗବେଷଣା ନିବନ୍ଧ ପ୍ରକାଶ ପାଇଛି। ଏହି ପ୍ରତିଷ୍ଠାନ ବିଭିନ୍ନ କ୍ଷେତ୍ରରେ 7ଟି ବୁଝାମଣାପତ୍ର ଏବଂ 12ଟି ପେଟେଣ୍ଟ ହାସଲ କରିଛି। ସିଏସଆଇଆର-ଆଇଏମଏମଟି ଖଣିଜ ପ୍ରକ୍ରିୟାକରଣ କ୍ଷେତ୍ରରେ ଖଣିଜ ବର୍ଗୀକରଣ, ପାଇଲଟ୍ ପ୍ଲାଣ୍ଟ ଟେନିଂ, ବାଣିଜ୍ୟିକ ପ୍ଲାଣ୍ଟ ପାଇଁ ମୌଳିକ ଇଞ୍ଜିନିୟରିଂ ପ୍ରସ୍ତୁତି, ବୈଷୟିକ ସହାୟତା, ପ୍ଲାଣ୍ଡ ଆରମ୍ଭ ସମୟରେ ସହାୟତା, ମାନବ ସମ୍ବଳ ବିକାଶ ଆଦି ସେବା ଯୋଗାଇ ଦେଇଥାଏ। ଏହା ମଧ୍ୟ ପ୍ଲାଟିନମ, ଲିୟମ, ଟେଲରିୟମ, କପର୍, ଗ୍ରାଫାଇଟ୍, ନିକେଲ ଭଳି ପ୍ରାୟ 20ଟି ଗୁରୁତ୍ବପୂର୍ଣ୍ଣ ଖଣିଜ ଉତ୍ତୋଳନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ସହିତ ବିଭିନ୍ନ ଘରୋଇ ଓ ସରକାରୀ ପ୍ରତିଷ୍ଠାନକୁ ସେବା ଯୋଗାଇ ଦେଉଛି । ନିକଟରେ ଗୁରୁତ୍ଵପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଗବେଷଣା ଲାଗି ଅଷ୍ଟ୍ରେଲିଆ ସହ ସିଏସଆଜ୍ ଆଇଆର-ଆଇଏମଏମଟି ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ପ୍ରତିଷ୍ଠାନ ଭାରତକୁ ଗୁରୁତ୍ବପୂର୍ଣ୍ଣ ପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହ ଦେଶର ରାଜସ୍ବ ବୃଦ୍ଧିରେ ମଧ୍ୟ ସହାୟକ ହେଉଛି । । ଏସବୁ ବିଷୟରେ ଅବଗତ ହୋଇ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧୂ ଦଳ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।
ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧୂ ଦଳ ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳାଭୂମି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟର ହସ୍ତଶିଳ୍ପ ଓ କାରିଗରୀ ଦେଖ୍ ସେମାନେ ପ୍ରଭାବିତ ହୋଇଥିଲେ ।