ସି.ବି.ଏସ୍.ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା
୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ
ବିଜ୍ଞାନରେ ୮୦.୪୫ ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି ।
ଭୁବନେଶ୍ଵର ତା ୧୩.୦୫: କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ଵାରା ପ୍ରକାଶିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି
」 କଳିଙ୍ଗ ନଗରର ଛାତ୍ରଛାତ୍ରୀମାନେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ସର୍ବାଧୂକ ବ୍ୟକ୍ତିଗତ ପ୍ରତିଶତ ବିଜ୍ଞାନରେ ୯୬.୮୦ ଏବଂ ବାଣିଜ୍ୟରେ ୯୬.୪୦ ରହିଛି। ବିଜ୍ଞାନ ବିଭାଗରେ ୬୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪.୫୫ ପ୍ରତିଶତ (୩୬ ଜଣ) ଛାତ୍ରଛାତ୍ରୀ ପ୍ରତିଶତରୁ ଅଧୂକ, ୯୦.୯୧ ପ୍ରତିଶତ (୬୦ ଜଣ) ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧୂକ ଏବଂ ୧୦୦ ପ୍ରତିଶତ (୬୬ ଜଣ) ଛାତ୍ରଛାତ୍ରୀ ୬୫ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ବାଣିଜ୍ୟରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩.୩୩ ପ୍ରତିଶତ (୮ ଜଣ) ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଊର୍ଦ୍ଧ, ୮୦.୦୦ ପ୍ରତିଶତ ଛାତ୍ରଛାତ୍ରୀ (୧୨ ଜଣ) ୭୦ ପ୍ରତିଶତରୁ ଊର୍ଦ୍ଧ, ୯୩.୩୩ ପ୍ରତିଶତ ଛାତ୍ରଛାତ୍ରୀ (୧୪ ଜଣ) ୬୦ ପ୍ରତିଶତରୁ ଊର୍ଦ୍ଧ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତୀକ ଷଡ଼ଙ୍ଗୀ ୯୬.୮୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ, ଓମ୍ ପ୍ରକାଶ ଶତପଥୀ ९४.१० ପ୍ରତିଶତ ରଖି ଦ୍ଵିତୀୟ ସ୍ଥାନ ତଥା ଶ୍ରୀଗୁରୁ ଶଙ୍କର ମାଟି ୯୩.୬୦ ପ୍ରତିଶତ ରଖୂ ତୃତୀୟ ସ୍ଥାନ ଅଧୂକାର କରିଛନ୍ତି । ବାଣିଜ୍ୟରେ ଆଞ୍ଜେଲିନା ଭୂୟାଁ ୯୬.୪୦ ପ୍ରତିଶତ ରଖ୍ ପ୍ରଥମ ସ୍ଥାନ, ଶ୍ରେ ନରେ ଶ୍ରେୟାଶ୍ରୀ ପଣ୍ଡା ୯୪.୮୦ ପ୍ରତିଶତ ରଖ୍ ଦ୍ଵିତୀୟ ସ୍ଥାନ ଏବଂ ଅନ୍ଵେଷା ଅନନ୍ୟା ୯୨.୪୦ ପ୍ରତିଶତ ରଖୁ ତୃତୀୟ ସ୍ଥାନ ଅଧୂକାର କରିଛନ୍ତି । ଚଳିତ ଶିକ୍ଷାବର୍ଷରେ ବିଜ୍ଞାନ ବିଭାଗର ୮୦.୪୫ ପ୍ରତିଶତ ଏବଂ ବା ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ହୋଇଛି । ଏହି ସଫଳ ଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ରଥ, ଡି.ଏ.ଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ତଥା ଆଞ୍ଚଳିକ ଅଧିକାରୀ ତଥା ମ୍ୟାନେଜର ଡ. ସୁଜାତା ସାହୁ ଓ ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର କୃତୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।