ସୁଭଦ୍ରା ହିତାଧିକାରୀଙ୍କ ପାଇଁ ସରକାର ସର୍ବଦା ସହନଶୀଳ ଅଛନ୍ତି
ଆରମ୍ଭ ହୋଇଯାଇଛି ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଚାଞ୍ଜ ପ୍ରକିୟା | କଟିଥିବା ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଆରମ୍ଭ କଲେ ସହନଶୀଳ ପଦକ୍ଷେପ। ଯୋଗ୍ୟଙ୍କୁ ସାମିଲ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଚିଠି ଲେଖାଯାଇଛି। ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଲେଖା ଯାଇଛି ଚିଠି | ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି | ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ମଧ୍ୟ ବାଦ ଦିଆଯାଇନାହିଁ |