ସୁଶାସନ ଓ ଫଳାଫଳଭିଭିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଭିନ୍ନ ପଦକ୍ଷେପର ସମୀକ୍ଷା

“ବିକଶିତ ଅନୁଗୋଳ’” ଲକ୍ଷ୍ୟରେ ଗୁରୁତ୍ବପୂର୍ଣ ୨୬ ଟି ଭିଭିଭୂମି ଓ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଉପସ୍ଥାପନା

Jun 17, 2026 - 19:32
 8
ସୁଶାସନ ଓ ଫଳାଫଳଭିଭିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଭିନ୍ନ ପଦକ୍ଷେପର ସମୀକ୍ଷା

ଭୁବନେଶ୍ବର ତା-୧୭.୦୬.୨୦୨୬

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶ ନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ ନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିବଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସୁଶାସନ ଓ ଫଳାଫଳଭିଭିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମୀକ୍ଷ ସମୀକ୍ଷା କରିଛନ୍ତି । ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତାର ତ୍ବରିତ ମୂଲ୍ୟାଙ୍କନ ମାଧ୍ୟମରେ ଅଧିକ ଦକ୍ଷ, ସ୍ବଚ୍ଛ ଓ ଜନକୈନ୍ଦ୍ରିକ ପ୍ରଶାସନକୁ ଗୁରୁତ୍ବାରୋପ କରାଯାଇଛି । ଜନ ବିଶ୍ବାସ ବିଲ୍‌—୨୦୨୬ ଓ ତ୍ବରିତ ମୂଲ୍ୟାଙ୍କନ ବ୍ୟବସ୍ଥା ମାଧ୍ୟମରେ ଅଧିକ ଦକ୍ଷ, ସ୍ବଚ୍ଛ ଓ ଜନକୈନ୍ଦ୍ରିକ ପ୍ରଶାସନ ଗଠନକୁ ଗୁରୁତ୍ବାରୋ ରୋପ କରାଯାଇଛି । 

ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜ ଜନା ଓ କାର୍ଯ୍ୟକ୍ରମର ଦ୍ରୁତ ଏବଂ ପ୍ରମାଣଭିଭିକ ମୂଲ୍ୟାଙ୍କନ ପାଇଁ “ରାପିଡ୍ ସର୍ଭେ ବେସ୍ଟ ଆସେସମେଣ୍ଟ" ବ୍ୟବସ୍ଥାର ଆବଶ୍ୟକ‌ତା ଗୀୟ ସଚିବମାନଙ୍କୁ ଅବଗତ କରାଇଥ୍‌ଳେ ରାଇଥିଲେ । ଏହି ବ୍ୟବସ୍ଥା ଫଳରେ ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ ସମ୍ପର୍କରେ ସମସ୍ତ ବିଭାଗୀୟ

କାର୍ଯ୍ୟାନ୍ଵୟନ ସମ୍ପର୍କରେ ତ୍ବରିତ ମତାମତ ମିଳିବ, ଯାହା ଦ୍ବାରା ତ୍ରୁଟି ଚିହ୍ନଟ, ମଧ୍ୟବର୍ତ୍ତୀ ସଂଶୋଧନ, ନୀତି ନିର୍ଦ୍ଧାରଣ ଏବଂ ଫଳାଫଳମୁଖୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବ ।

ଶିଳ୍ପ ଏବଂ ଅନ୍ୟାନ୍ୟ ବିଭାଗରେ ନିୟାମକ ସରଳୀକରଣ (ଡି-ରେଗୁଲେସନ) ମାଧ୍ୟମରେ ଅନାବଶ୍ୟକ ଅନୁମୋଦନ ଓ ପ୍ରକ୍ରିୟାଗତ ଜଟିଳତା ହ୍ରାସ କରିବା ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା । ତତ୍ ସହିତ ବିଭିନ୍ନ ବିଭାଗରେ ଖIଲିଥିବା ପଦବୀ ପୂରଣ, ବକେୟା ଥିବା ସରକାରୀ ବିଦ୍ୟୁତ୍ ବିଲ ପୈଠ ସଂପର୍କରେ ସମୀକ୍ଷା କରାଯାଇଥିଲା ।

ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବଦ୍ଦାଲ ଏମ୍. ଅଖତର୍ “ବିକଶିତ ଅନୁଗୋଳ” ଲକ୍ଷ୍ୟକୁ ସାକାର କରିବା ପାଇଁ ଗୁରୁତ୍ବପୂର୍ଣ ୨୬ ଟି ଭିଭିଭୂମି ଓ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ପ୍ରସ୍ତାବିତ ବୁଢାପଙ୍କରୁ ଭାୟା ତେନ୍ତୁଳାଇ ଦେଇ ଲୁବୁରୀ ପର୍ଯ୍ୟନ୍ତ ଦୀର୍ଘ ୧୧୨.୫୬ କିମି ପର୍ଯ୍ୟନ୍ତ ବାହ୍ୟ ରେଳ କରିଡର ଏବଂ ପୁତୁଗାଡ଼ିଆ ଠାରୁ ତେନ୍ତୁଳାଇ ପର୍ଯ୍ୟନ୍ତ ୫୦ କିମି ଦୀର୍ଘ ଆଭ୍ୟନ୍ତରୀଣ ରେଳ କରିଡରର ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ, ଯାହାକି ସଂଲଗ୍ନ ବିଭିନ୍ନ ଅଂଚଳରୁ କୋଇଲା ଓ ଖଣିଜ ପଦାର୍ଥ ସୁପରିବହନରେ ତଥା ପରୋକ୍ଷରେ ରାଜ୍ୟ ତଥା ଦେଶର ଶିଳ୍ପ ବିକାଶରେ ଗୁରୁତ୍ବପୂର୍ଣ୍ଣ ସହାୟତା ପ୍ରଦାନ କରିବ । ସେହିପରି ଏନଏଚ୍-୫୩ ଓ ଏନଏଚ୍-୧୪୯ର ଉନ୍ନତିକରଣ, ତାଳଚେର-ବିମଳାଗଡ଼ ରେଳ ସଂଯୋଗୀକରଣ , ଜାତୀୟ ଜଳପଥ-୫ର ବିକାଶ ସଂପର୍କିତ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି । ଜିଲ୍ଲାରେ ପ୍ରଭାବିତ ଅଂଚଳରେ ଖଣି ପ୍ରଭାବିତ ଅଂଚଳରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ଆଗାମୀ ମାର୍ଚ୍ଚରୁ ଡିସେମ୍ବର ୨୦୨୭ ମଧ୍ୟରେ ଜିଲ୍ଲାରେ ଗୁରୁତ୍ବପୂର୍ଣ ୫ ଟି ମେଗା ପାଇପ୍ ୱାଟର ପ୍ରକଳ୍ପ ସ୍ଥାପନ, ଆଲୁମିନିୟମ ପାର୍କର ସମ୍ପ୍ରସାରଣ, ପବିତ୍ରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ଣ୍ଣ କାର୍ଯ୍ୟକ୍ଷମତା, ମାଲ୍ୟଗିରି-ରେଙ୍ଗାଲି -ମଞ୍ଜୁର ଇକୋ-ଟୁରିଜମ ସର୍କିଟ ଏବଂ ସାତକୋଶିଆକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଭଳି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ ।