ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା ଆରମ୍ଭ ହେବ: ଆଇନ ମନ୍ତ୍ରୀ

Aug 22, 2025 - 16:46
Aug 22, 2025 - 19:17
 4
ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା ଆରମ୍ଭ ହେବ: ଆଇନ ମନ୍ତ୍ରୀ

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଯାତାୟାତ ପାଇଁ ଧାଡ଼ି ବ୍ୟବସ୍ଥା ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ସୂଚନା ଦେଇଛନ୍ତି। ପବିତ୍ର  ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁଗମ ଦର୍ଶନ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। 

ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ଯେ, "ପରିଚାଳନା କମିଟି ଗଠନ ହେବା ପରେ, ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତର ଏବଂ ଧାଡ଼ି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।"