ହଷ୍ଟନ ରେ ଅଦିନିଆ ରଥଯାତ୍ରା ହେବା ପୁରୀ ଗଜପତିଙ୍କର ଅସହାୟତା...

Apr 27, 2026 - 12:01
 9
ହଷ୍ଟନ ରେ ଅଦିନିଆ ରଥଯାତ୍ରା ହେବା ପୁରୀ ଗଜପତିଙ୍କର ଅସହାୟତା...

ହଷ୍ଟନ ରେ ଅଦିନିଆ ରଥଯାତ୍ରା ହେବା ପୁରୀ ଗଜପତିଙ୍କର ଅସହାୟତା...

ଭୁବନେଶ୍ବର, ଇସ୍କନ । ଅଦିନରେ ରଥଯାତ୍ରା କଲା ଆୟୋଜନ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖୁବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ । ଅଦିନରେ ରଥଯାତ୍ରା ନକରିବାକୁ ଇସ୍କନକୁ ବାରମ୍ବାର ଚିଠି ଲେଖୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଶେଷରେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ଗଜପତି ମହାରାଜା କହିଲେ, ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି । ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖ୍ ଅବଗତ କରାଇଥିଲେ ।

ଏହା ସତ୍ତ୍ବେ ମଧ୍ୟ ଇସ୍କନ ଶ୍ରୀମନ୍ଦିର ପ୍ରଶାସନ ,ରାଜ୍ୟ ସରକାର ଓ ଗଜପତିଙ୍କୁ ଭ୍ରୂକ୍ଷେପ ନ କରି ଅଦିନିଆ ରଥଯାତ୍ରା କରିଛି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଏଭଳି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ସେବାୟତ ଦାବି କରିଛନ୍ତି । ଅନ୍ୟପଟେ ଆସନ୍ଧା ଡ଼ିସେମ୍ବର ସୁଦ୍ଧା ଇସ୍କନ୍ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।