ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା
୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥୀକ ସହାୟତା
ଭୁବନେଶ୍ବର, ୦୭ |୦୫/୨୦୨୬: ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ
ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମ ଗସ୍ତ କରି ଦଳର ଏକ ପ୍ରତିନିଧୂମଣ୍ଡଳୀ ଏହି ସହାୟତା ରାଶି ପ୍ରଦାନ କରିଥିଲେ।
ଶିଶୁ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ଏହି ଅର୍ଥ ରାଶି ରଖୁବା ପାଇଁ ବାଳାଶ୍ରମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ବିଜେଡିର ଏହି ପ୍ରତିନିଧୂମଣ୍ଡଳୀରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ ଓ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରମୁଖ ରହିଥିଲେ।