ହୋଇପାରେ ବଡ଼ ବନ୍ୟା !
ସୂଚନା ଦେଲେ ବିଭାଗୀୟ ଯନ୍ତ୍ରୀ...
ହୀରାକୁଦର ୩୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି ବନ୍ୟାଜଳ।
ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ।
ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।
ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।
ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିଯିବ।
ମହାନଦୀକୁ ଛାଡ଼ି ରାଜ୍ୟରେ ଆଉ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ’।