ହୋଟେଲ ରୁମରୁ ଆମେରିକୀୟ ନାଗରିକଙ୍କ ମୃତ ଦେହ ଉଦ୍ଧାର

ମୁମ୍ବାଇ : ମୁମ୍ବାଇରେ ଘଟିଛି ଅଭାବନୀୟ ଘଟଣା । ହୋଟେଲ ରୁମ୍‌ରେ ୬୨ ବର୍ଷୀୟ ଆମେରିକୀୟ ନାଗରିକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଏକ ବୈଠକରେ ଯୋଗ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିଲେ ଭାରତ । ଏଠାରେ ନିଜ କାମ ସାରି ପୁଣି ସ୍ୱଦେଶ ଫେରି ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ। ଆମେରିକୀୟ ନାଗରିକଜଣକ ୯ ମାର୍ଚ୍ଚକୁ ମୁମ୍ବାଇ ଆସିଥିଲେ ଓ ୧୪ ମାର୍ଚ୍ଚରେ ସେ ନିଜ ଦେଶକୁ ଫେରି ଯାଇଥାନ୍ତେ। କିନ୍ତୁ ମଙ୍ଗଳବାର ସକାଳେ ବୃଦ୍ଧଜଣକ ରହୁଥିବା ରୁମ୍‌ର କବାଟ ଖୋଲୁ ନ ଥିବା ନେଇ ପୁଲିସ୍‌କୁ କଲ୍‌ ଆସିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲା। ଏହାପରେ ବୃଦ୍ଧଜଣକ ଅଚେତ ଅବସ୍ଥାରେ ବେଡ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ହୋଟେଲ ରୁମରୁ ଆମେରିକୀୟ ନାଗରିକଙ୍କ ମୃତ ଦେହ ଉଦ୍ଧାର