୧୪ ତମ ଜାତୀୟ ଭୋଭିନାମ ମାର୍ଶାଲ ଆର୍ଟ ଚାମ୍ପିୟାନସିପ ୨୦୨୫ ଓଡିଶା ପାଇଁ ଗୌରବ ଆଣି ଦେଇଛି, ରାଜ୍ୟ ଆରକ୍ଷୀ ମହାନିର୍ଦେଶକ
ଅନୁଷ୍ଠିତ 14 ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ ରେ ଓଡ଼ିଶା ପୋଲିସର 3 ଜଣ ଯୁବ କ୍ରୀଡ଼ାବିତ (2ଟି ସ୍ଵର୍ଣ୍ଣ ଓ 3ଟି ରୌପ୍ୟ ପଦକ) ବିଜୟୀ ହୋଇ ରାଜ୍ୟ ପୋଲିସକୁ ଗୌରବାନ୍ୱିତ କରିଛନ୍ତି।
ଭୁବନେଶ୍ୱରରେ କାର୍ଯ୍ୟରତ କନଷ୍ଟେବଳ ବର୍ଷା ନାଥ ଭୋଭିନାମ ମାର୍ସଲ ଆର୍ଟ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।
ସେହିପରି କନଷ୍ଟେବଳ ବିଶ୍ୱଜିତ ରାଉତ 81 କେଜି ବର୍ଗରୁ ଅଧିକ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ବରିଷ୍ଠ ବିଭାଗରେ 1ଟି ସ୍ବର୍ଣ୍ଣ ଏବଂ ଅସି ଚାଳନା ବିଭାଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।
କନଷ୍ଟେବଳ ଦିବ୍ୟରଞ୍ଜନ ଦଳାଇ 95 କେଜି ରୁ ଅଧିକ ବର୍ଗ ଭୋଭିନାମ ମାର୍ସଲ ଆର୍ଟ ସିନିଅର ବିଭାଗରେ 1ଟି ରୌପ୍ୟ ଏବଂ କାଟା ( କରାଟେ)ରେ 1ଟି ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।
କ୍ରୀଡ଼ାବିତଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।