ଯଶୋବନ୍ତ ଲାଗୁରୀଙ୍କ ମାତାଙ୍କ ଦ୍ୱାଦଶାହ ଶ୍ରାଦ୍ଧରେ ଓପିସିସି ସଭାପତି ଭକ୍ତଚରଣ ଦାସଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ...

Aug 28, 2026 - 22:46
 4
ଯଶୋବନ୍ତ ଲାଗୁରୀଙ୍କ ମାତାଙ୍କ ଦ୍ୱାଦଶାହ ଶ୍ରାଦ୍ଧରେ ଓପିସିସି ସଭାପତି ଭକ୍ତଚରଣ ଦାସଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି କେନ୍ଦୁଝର ଚମ୍ପୁଆ ଗସ୍ତରେ ଯାଇ ଓପିସିସି ଅନୁସୂଚିତ ଜନଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ସ୍ୱର୍ଗୀୟ ମାତାଶ୍ରୀଙ୍କ ଦ୍ୱାଦଶାହ କାର୍ଯ୍ୟରେ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଥିଲେ ।

ଉକ୍ତ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଓପିସିସି ପୂର୍ବତନ ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଦିବଙ୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l