୧୮ତମ ପାଓ୍ବାର କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

Jan 8, 2026 - 13:57
 5
୧୮ତମ ପାଓ୍ବାର କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

୧୮ତମ ପାଓ୍ବାର କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର-୦୭.୦୧.୨୦୨୬: ଓପିଟିସିଏଲ୍ ଓ ଗ୍ରୀଡ୍‌କୋ ପକ୍ଷରୁ ମିଳିତ ଭାବେ ୧୮ତମ ପାଓ୍ବାର

କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଭୁବନେଶ୍ବର ସ୍ଥିତ ପୂର୍ବତଟ ରେଲବାଇ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍, ଭା.ପ୍ର.ସେ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନ ନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମା ଭା.ପ୍ର.ସେ, ଶ୍ରୀ ବି.ବି. ମେହେଟ୍ଟା, ନିର୍ଦ୍ଦେଶକ ( ଏସ୍ଏଲ୍‌ଡିସି), ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ଅପରେସନ୍), ଶ୍ରୀ ପ୍ରଦୀପ କୁମାର ଦାଶ, ନିର୍ଦ୍ଦେଶକ (ପ୍ରକଳ୍ପ), ଶ୍ରୀ ଶ୍ରୀକାନ୍ତ କୁମାର ସାହୁ, ନିର୍ଦ୍ଦେଶକ (ଅର୍ଥ) ଓ ଶ୍ରୀମତୀ ଅନିତା ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ ( ମାନବ ସମ୍ବଳ) ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ଥିବା ବିଭିନ୍ନ ନିଗମର ୧୩ଟି ଦଳ ଭାଗ ନେଇଛନ୍ତି । ଓପିଟିସିଏଲ୍ କର୍ମଚାରୀଙ୍କ ସାସ୍ଥ୍ୟକୁ ଗୁରୁତ୍ବ ଦେଇ ସବୁବେଳେ ଯେଉଁ କ୍ରୀଡା ଭିଭିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠାନ କରୁଛି ତାହା ସାଗତ ଯୋଗ୍ୟ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଥାଜି ଉଦଘାଟନୀ ମ୍ୟାଚରେ ଟିପିସିଓଡିଏଲ୍ ୪ ୱିକେଟ୍‌ରେ ୧୭୧ ରନର ଲକ୍ଷ୍ୟ ଦେଇଥୁଲା ଓ ଏଚ୍ପିସି ୯୩ ରନରେ ସମସ୍ତ ୱିକେଟ୍ ହରାଇ ପରାସ୍ତ ହୋଇଥିଲା । ସେହିପରି ଇଡକୋ କ୍ରିକେଟ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବା ଅନ୍ୟ ଏକ ଲିଗ୍ ମ୍ୟାଚରେ ନାଲକୋ ୬ ୱିକେଟ୍‌ରେ ୧୭୫ ରନର ଲକ୍ଷ୍ୟ ଦେଇଥୁଲା ଶକ୍ତି ବିଭାଗ ମାତ୍ର ୧୨୪ ରନରେ ସୀମିତ ରହିଯାଇଥୁଲା ।