୨୦୨୩-୨୪ ପାଇଁ ଶିଳ୍ପ ଗୁରୁ ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
୪୮ ଜଣ ଶିଳ୍ପକାର ଏବଂ ଡିଜାଇନର ସମ୍ମାନିତ; ବିଜେତାଙ୍କ ମଧ୍ୟରେ ୨୦ ଜଣ ମହିଳା କାରିଗର
୦୯.୧୨.୨୦୨୫ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୩ ଏବଂ ୨୦୨୪ ପାଇଁ ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ କ୍ଷେତ୍ରରେ ଭାରତର ମହାନ କାରିଗର, ଡିଜାଇନର୍, ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା, ବୟନ ସଚିବ ଶ୍ରୀମତୀ ନୀଲମ ଶାମି ରାଓ ଏବଂ ବିକାଶ କର୍ମିଶନର (ହସ୍ତଶିଳ୍ପ) ଶ୍ରୀମତୀ ଅମୃତ ରାଜଙ୍କ ସହିତ କାରିଗର, ଶିଳ୍ପ ନେତା, ରପ୍ତାନିକାରୀ, ଡିଜାଇନର ଏବଂ ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥୂଲେ।
ମୋଟ ୪୮ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ୧୨ଟି ଶିଳ୍ପ ଗୁରୁ ପୁରସ୍କାର ଓ ୨ଟି ଡିଜାଇନ୍ ଏବଂ ନବସୃଜନ ପୁରସ୍କାର (କାରୀଗର-ଡିଜାଇନର୍ ସହଯୋଗ) ସମେତ ୩୬ଟି ଜାତୀୟ ପୁରସ୍କାର ଅନୁର୍ଭୁକ୍ତ। ପୁରସ୍କୃତଙ୍କ ମଧ୍ୟରେ ୨୦ ଜଣ ମହିଳା କାରିଗର ଅଛନ୍ତି, ଯାହା ହସ୍ତଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣ ଏବଂ ନେତୃତ୍ୱକୁ ପ୍ରତିଫଳିତ କରିଥାଏ ।
ପୁରସ୍କୃତ ହୋଇଥିବା ଶିଳ୍ପୀମାନଙ୍କ ମଧ୍ୟରେ କାଠ କାମ, ଧାତୁ କାରିଗରୀ, ମାଟି ମଡେଲିଂ, ଝୋଟ ଶିଳ୍ପ, ହସ୍ତ-ମୁଦ୍ରିତ ବୟନଶିଳ୍ପ, ପଟ୍ଟଚିତ୍ର, କଳାତ୍ମକ ବୟନ, ମୂର୍ତ୍ତି, ଟେରାକୋଟା, ବେତ ଏବଂ ବାଉଁଶ, ପଥର ଖୋଦନ, କାଗଜ କାର୍ଯ୍ୟ, କାର୍ପେଟ, ଖେଳଣା କାରିଗରଙ୍କ ସହିତ ଅନ୍ୟାନ୍ୟ ।ନ୍ୟ ଶିଳ୍ପ କାରିଗିରମାନେ ମଧ୍ୟ ଅନୁର୍ଭୁକ୍ତ ଥିଲେ ।
ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର କାରିଗରମାନେ ଭାରତର ସାଂସ୍କୃତିକ ଢାଞ୍ଚାର ଜୀବନ୍ଧ ସୂତ୍ର ଏବଂ ଦେଶର କଳାତ୍ମକ ଏଁ ଐତିହ୍ୟର ପ୍ରକୃତି ରକ୍ଷକ। ସେ ଗୁରୁତ୍ବାରୋପ କରିଥିଲେ ଯେ କାରିଗରମାନେ ପିଢ଼ି ପରେ ପିଢ଼ି ପରମ୍ପରାକୁ ସଂରକ୍ଷଣ କରି ଆସିଛନ୍ତି, ପ ପରିବର୍ତ୍ତନକୁ ପ୍ରତିରୋଧ କରି ନୁହେଁ, ବରଂ ନୂତନ ବଜାର, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ସ୍ବାଦ ସହିତ ଖାପ ଖୁଆଇ, ସେମାନଙ୍କର କଳାର ପ୍ରାମାଣି ପ୍ରାମାଣିକ ପରିଚୟ ବଜାୟ ରଖୁଛନ୍ତି। ସେ ଆହୁରି କହିଥିଲେ ଯେ, ହସ୍ତଶିଳ୍ପ କ୍ଷେତ୍ର ଗ୍ରାମୀଣ ଜୀବିକା, ମହିଳା ସଶକ୍ତିକରଣ ଏବଂ ସ୍ଥାୟୀତ୍ରୁରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ସମାବେଶୀ ତଥା ସମାନ ବିକାଶ ପାଇଁ ଏକ ପ୍ରମୁଖ ବାହନ ଭାବରେ ଉଭା ହୋଇଛି। କ କାରିଗରୀଙ୍କ ପ୍ରତି ଭାର । ଦୀର୍ଘକାଳୀନ ସମ୍ମାନକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ଭାରତୀୟ କାରିଗରମାନେ ପ୍ରଦର୍ଶନ କରନ୍ତି ଯେ ସୌନ୍ଦର୍ଯ୍ୟ ଏବଂ ସ୍ଥାୟୀତ୍ବ କିପରି କିପରି ସହାବସ୍ଥାନ କରିପାରିବ, ବିଶେଷକରି ଯେତେବେଳେ ବିଶ୍ବ ପ୍ରତିଷ୍ଠାନଗୁଡ଼ିକ ପରିବେଶଗତ ଦାୟିତ୍ବ ଉପରେ ଗୁରୁତ୍ବ ଦେଉଛନ୍ତି। ରାଷ୍ଟ୍ରପ ଷ୍ଟ୍ରପତି କହିଛନ୍ତି ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଯୁବ ଦ୍ୟୋଗୀମାନେ ହସ୍ତଶିଳ୍ପ ହସ୍ତଶିଳ୍ପ ଉତ୍ପାଦନ ଉତ୍ପାଦ ଏବଂ ବଜାରକୁ ନୂତନ ଉଚ୍ଚତାକୁ ନେଇପାରିବେ।
କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ସଫଳତାରେ ଗର୍ବ ପ୍ରକାଶ କରିଥିଲେ ଏବଂ ଭାରତର ସାମାଜିକ-ଆର୍ଥକ ପରିଦୃଶ୍ଯରେ ହସ୍ତଶିଳ୍ପ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ହସ୍ତଶିଳ୍ପ ଦେଶର ସବୁଠାରୁ ବଡ଼ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ମଧ୍ୟରୁ ଗୋଟିଏ, ବିଶେଷକରି ମହି ମହିଳା ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ। ମନ୍ତ୍ରୀ ଉତ୍ପାଦ ବିବିଧତାକୁ ପ୍ରୋତ୍ସାହିତ ପ୍ରାକୃତିକ ତନ୍ତୁ ବ୍ୟବହାରକୁ ପ୍ରୋତ୍ସାହିତ ଏବଂ ଜାତୀୟ ହସୁଶିଳ୍ପ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ଯୋଜନା ମାଧ୍ୟମରେ ଦ୍ବିତୀୟ ପିଢ଼ିର ଉଦ୍ୟୋଗୀମାନଙ୍କୁ ସମର୍ଥନ କରି ଏହି କ୍ଷେତ୍ରକୁ ସୁଦୃଢ଼ କରିବା ରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ "ଭୋକାଲ୍ ଫର୍ ଲୋକାଲ୍" ଏବଂ "ବିକଶିତ ଭାରତ"ର ଦୃଷ୍ଟିକୋଣକୁ ମଧ୍ୟ ଦୋହରାଇଥିଲେ, ସାଂସ୍କୃତିକ ସଂରକ୍ଷଣ, ସ୍ଥାୟୀତ୍ୱ ତଥା ବିଶ୍ଵସ୍ତରୀୟ ଯୋଗିତାରେ ଏହି କ୍ଷେତ୍ର ଉପରେ ଗୁରୁ ରେ ଗୁରୁତ୍ବାରୋପ କରିଥ୍ କରିଥିଲେ।
ଏହି ଅବସର ଅବସରରେ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପବିତ୍ରା ମାର୍ଗେରିଟା କହିଥିଲେ ଯେ, ଏହି ସମାରୋହ କେବଳ ଏକ ପୁରସ୍କାର ସମାରୋହ ନୁହେଁ, ବରଂ ଭାରତର କାରିଗରମାନଙ୍କ ଉଲ୍ଲେଖନୀୟ ଯାତ୍ରାର ଏକ ଉତ୍ସବ। ହସୁଶିଳ୍ପ କେବଳ ଉତ୍ପାଦ ନୁହେଁ, ବରଂ ମାନବ ଭାବନା ତଥା ସାଂସ୍କୃତିକ ସ୍ମୃତିର ପ୍ରକାଶନ ଯାହା ଗ୍ରାମକୁ ଅତିକ୍ରମ କରି ବିଶ୍ବ ବଜାରରେ ପହଞ୍ଚିଛି। ସେ ଗୁରୁତ୍ବାରୋପ କରିଥିଲେ ଯେ ପ୍ରତ୍ୟେକ ହସ୍ତଶିଳ୍ପ ଉତ୍ପାଦ ଭାରତ ରତର ପରିଚୟକୁ ପ୍ରତିଫଳିତ କରେ, ଯାହା ସୀମା ଅତିକ୍ରମ କରୁଥିବା କାରିଗରମାନଙ୍କ ସୃଜନଶୀଳତାକୁ ପ୍ରଦର୍ଶନ କରେ।
ଶ୍ରୀମତୀ ନ ନୀଲମ ଶାମି ରାଓ, ସଚିବ (ବୟନଶିଳ୍ପ) କହିଛନ୍ତି ଯେ ଏହି ପୁରସ୍କାରଗୁଡ଼ିକ ଦେଶର ହସ୍ତଶିଳ୍ପ ସମ୍ପ୍ରଦାୟ ପାଇଁ ପ୍ରୋତ୍ସାହନର ଏକ ମହାନ ଉତ୍ସ ଏବଂ ପାରମ୍ପରିକ ହସ୍ତଶିଳ୍ପ ଅଭ୍ୟାସ ପ୍ରତି ଦେଶର ଗଭୀର ସମ୍ମାନକୁ ପ୍ରଦର୍ଶନ କରେ। ସେ ଗୁରୁତ୍ବାରୋପ କରିଥିଲେ ଯେ, ଏପରି ମାନ୍ୟତା ଭାରତର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବାରେ ସାହାଯ୍ୟ କରିବା ସହିତ କାରିଗରମାନଙ୍କୁ ସେମାନଙ୍କର ସୃଜନଶୀଳତା ଜାରି ରଖୁବାକୁ ପ୍ରେରଣା ଦିଏ।
ତାଙ୍କ ଶେଷ ବକ୍ରବ୍ୟରେ, ବିକାଶ କମିଶନର (ହସ୍ତଶିଳ୍ପ) ଶ୍ରୀମତୀ ଅମୃତ ରାଜ, ବୟନ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତି, କେନ୍ଦ୍ର ବୟନ ମନ୍ତ୍ରୀ,
ବୟନ ରାଷ୍ଟ୍ରମନ୍ତ୍ରୀ ଏବଂ ସଚିବ (ବୟନ) ଙ୍କୁ ସେମାନଙ୍କର ଉପସ୍ଥିତି ଏବଂ ଦେଶର କାରିଗରମାନଙ୍କୁ ନିରନ୍ଧର ସମର୍ଥନ ମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ହସ୍ତଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଭାରତର ସୃଜନଶୀଳ ଐତିହ୍ୟର ମେରୁଦଣ୍ଡ ଭାବରେ ବିବେଚିତ କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦୋହରାଇଥିଲେ।