୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଆକର୍ଷଣର କେନ୍ଦ୍ରବିନ୍ଦୁରେ ଓଡିଶାର ଗ୍ରାମୀଣ ଉତ୍ପାଦ

Nov 23, 2025 - 20:01
 4
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଆକର୍ଷଣର କେନ୍ଦ୍ରବିନ୍ଦୁରେ ଓଡିଶାର ଗ୍ରାମୀଣ ଉତ୍ପାଦ

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଆକର୍ଷଣର କେନ୍ଦ୍ରବିନ୍ଦୁରେ ଓଡିଶାର ଗ୍ରାମୀଣ ଉତ୍ପାଦ

ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ଆତ୍ମନିର୍ଭରତାର । ପ୍ରତିଛବି ପ୍ରଦର୍ଶିତ କରୁଛନ୍ତି ଓର୍‌ମାସ୍ ଏବଂ ମିଶନ ଶକ୍ତି

୯ ଦିନ ମଧ୍ୟରେ ବିକ୍ରୟ କରିଛନ୍ତି ୧୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ

ରାଜ୍ୟ ଓ ଦେଶସମୂହର ସରକାରୀ ଓ ବେସର କାରୀ ପ୍ରତିଷ୍ଠାନ ଗୁଡିକ ସହିତ ସପ ସଫଳ ବାଣିଜ୍ୟିକ ବାର୍ତ୍ତାଳାପ

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ତୀୟ ବାଣିଜ୍ୟ ମେଳା ୨୦୨୫ର ଓଡ଼ିଶା ପାଭିଲିୟନରେ ଓଡ଼ିଶା ସରକାରଙ୍କ ତରଫରୁ ଅଂଶଗ୍ରହଣ କରିଥିବା ମିଶନ୍ ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନସ୍ଥ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍), ବିଶ୍ବ ସମ୍‌ମୁଖରେ ଆତ୍ମନିର୍ଭର ଭାରତର ପ୍ରତିଛବିକୁ ପ୍ରଦର୍ଶିତ କରୁଛି ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ରେ ଓର୍‌ମାସ୍‌ର ୬ ଟି ଷ୍ଟଲ୍ ଏବଂ ମିଶନ୍ ଶକ୍ତିର ୪ ଟି ଷ୍ଟଲରେ ଗ୍ରାମୀଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କରାଯାଉଥିବା ବେଳେ, ଲାଇଭ୍ ଡେମୋ ପ୍ଲାଟଫର୍ମ ଉପରେ ସେସବୁର ପ୍ରସ୍ତୁତି କଳା ପ୍ରଦର୍ଶିତ ହେଉଛି 1

ଓରମାସ୍‌ର ୬ ଟି ଷ୍ଟଲ୍ ରେ ରାୟଗଡ଼ରୁ ଆସିଥିବା ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀର ଲାଉ ତୁମ୍ବାରୁ ପ୍ରସ୍ତୁତ ନିତ୍ୟ ବ୍ୟବହାର୍ଯ୍ୟ ଓ ଗୃହ ସାଜସଜ୍ଜା ସାମଗ୍ରୀ, ଢେଙ୍କାନାଳରୁ ଆସିଥିବା ଜୟ ଜଗନ୍ନାଥ ସ୍ଵୟଂ ସହାୟକ ଗୋଷ୍ଠୀର ଡୋକ୍ରା ହସ୍ତକଳାକୃତି, ବାଲେଶ୍ୱରରୁ ଆସିଥିବା ନୀଳଗିରି ଲାଖ ଉତ୍ପାଦକ ସଂଘର ମହିଳାମାନଙ୍କ ଆଭୂଷଣ, ନୟାଗଡ଼ରୁ ଆସିଥିବା କ୍ରୀଷ୍ଣା ଛେନାପୋଡ଼ର ଓଡିଆ ପାରମ୍ପାରିକ ପିଠା ଓ ଛେନାପୋଡ଼, ଯାଜପୁର ଜିଲ୍ଲାରୁ ଆସିଥିବା ଗୋପାଳପୁର ଟସର ହସ୍ତତନ୍ତ ଉତ୍ପାଦନ ଏଣ୍ଟରପ୍ରାଇଜର ପୁରୁଷ ଓ ମହିଳାମାନଙ୍କ ହସ୍ତତନ୍ତ ବସ୍ତ୍ର ଏବଂ ପୁରୀରୁ ଆସିଥିବା ଉତ୍କଳ କଏରର ନଡ଼ିଆ କତାରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ଖେଳଣା ମିଳୁଛି ।

ସେହିପରି, ମିଶନ୍ ଶକ୍ତିର ୪ ଟି ଷ୍ଟଲରେ ପୁରୀ ରଘୁରାଜପୁରରୁ ଆସିଥିବା ମା' ଭୁଆଶୁଣୀ ସ୍ଵୟଂ ସହାୟକ ଗୋଷ୍ଠୀର ପଟ୍ଟଚିତ୍ର, କେନ୍ଦ୍ରାପଡ଼ାରୁ ଆସିଥିବା ଶିବ ପାର୍ବତୀ ଗୋଲ୍ଡେନ ଗ୍ରାସର କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ନବରଙ୍ଗପୁରରୁ ଆସିଥିବା ଧନଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ଧାନରୁ ପ୍ରସ୍ତୁତି କଳାକୃତି ଏବଂ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀର ପେପର୍ ପର୍ ମାକ୍ କଳାକୃତି ଉପଲବ୍ଧ ହେଉଛି ।

୧୪ ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶା ପାଭିଲିୟନରେ ଓର୍‌ମାସ୍ ଷ୍ଟଲଗୁଡିକ ସାତ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବାବେଳେ, ମିଶନ ଶକ୍ତିର ଷ୍ଟଲ୍ ଗୁଡିକ ପ୍ରାୟ ଛଅ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି । ତୁମ୍ବା ହସ୍ତଶିଳ୍ପ ସାମଗ୍ରୀ ସମ୍ଭାରକୁ ନେଇ ଓର୍‌ମାସ୍ ଓ ମିଶନ ଶକ୍ତି ଷ୍ଟଲ୍ ଗୁଡିକ ରାଜ୍ୟ ଓ ଦେଶସମୂହ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁରେ ପରିଣତ ହୋଇଛି । ତୁମ୍ବା ହସ୍ତକଳାକୃତିକୁ ନେଇ ମେଳାରେ ଅଂଶଗ୍ରହଣ କରିଥିବା ରାୟଗଡ଼ାର ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀ ଇତି ମଧ୍ୟରେ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡ଼କ୍ଟ ସହିତ ବାଣିଜ୍ୟିକ ବା ବାର୍ତ୍ତାଳାପ ପ କରିଥିବାବେଳେ, ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସମେତ ବ୍ୟବସାୟିକ ଅନୁଷ୍ଠାନଗୁଡିକ ପ୍ରଦର୍ଶିତ ସାମଗ୍ରୀଗୁଡିକର ଉତ୍ପାଦନ ଓ ବିପଣନ ସମ୍ପର୍କ ରେ ଷ୍ଟଲ୍ ଦାୟିତ୍ବରେ ଥୁବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । |