୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିର ଏକ ଅଦାଲତ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିବା ବେଳେ ଅଦାଲତ ୫ ଦିନର ଅନୁମତି ଦେଇଛନ୍ତି। ଜମି ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଦୀର୍ଘ ସମୟର ପଚରାଉଚରା ପରେ ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ବୁଧବାର ଇଡି ଗିରଫ କରିଥିଲା।

Feb 2, 2024 - 21:37
 7
୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ