୫୭ତମ ଇଫିରେ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’...

Nov 29, 2026 - 18:21
 2
୫୭ତମ ଇଫିରେ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ଜିତିଲା ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’...

ପର୍ତ୍ତୁଗିଜ୍‌-ଫରାସୀ ଚଳଚ୍ଚିତ୍ର ‘ଏକ୍ୱି’ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ହାସଲ କରିଛି । ଏହା ଏହି ମହୋତ୍ସବର ସର୍ବୋଚ୍ଚ ସମ୍ମାନ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଟିୟାଗୋ ଗୁଏଡେସ୍‌। ପାଓଲୋ ବ୍ରେଙ୍କ ଏହାର ପ୍ରଯୋଜନା କରିଛନ୍ତି ।

 ଗୋଆରେ ଅନୁଷ୍ଠିତ ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ନିର୍ଦ୍ଦେଶକ ଟିଆଗୋ ଗୁଏଡେସ୍ ଏହି ପୁରସ୍କାର ଗ୍ରହଣ କରିଥିଲେ। ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଏବଂ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଏଲ୍. ରାଏ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିଥିଲେ।

୨୦୪ ମିନିଟ୍ ଅବଧି ବିଶିଷ୍ଟ ଏହି ଚଳଚ୍ଚିତ୍ରଟି ମୁଖ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟର ବିଜୟୀ ହୋଇଛି। ୨୦୨୬ ମସିହା ମେ’ ମାସରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ପ୍ରଦର୍ଶନ ପରେ, ଏହି ଚଳଚ୍ଚିତ୍ରଟି ସାଓ ପାଉଲୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଜାକର୍ତ୍ତା ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । 

ଚଳଚ୍ଚିତ୍ରର କାହାଣୀ ମୁତାବକ, ଏପରି ଏକ ଦୁନିଆରେ ଯେଉଁଠାରେ ଲୋକମାନେ ସେମାନଙ୍କର ଅତୀତର ସ୍ମୃତି ବିନା ନୂତନ ଭାବରେ ଆରମ୍ଭ କରନ୍ତି ସେଠାରେ ସିମୋନ୍ ନାମକ ବ୍ୟକ୍ତି ଗୋଟିଏ ଛୋଟ ପୁଅ ଡେଭିଡ୍‌କୁ ଗ୍ରହଣ କରନ୍ତି ।

 ପିଲାଟିର ଜଣେ ମାଆ ଆବଶ୍ୟକ ବୋଲି ନିଶ୍ଚିତ ହୋଇ, ସେ ଇନେସ୍‌କୁ ପାଆନ୍ତି ଏବଂ ତିନି ଜଣ ଧୀରେ ଧୀରେ ଏକ ଅଣପାରମ୍ପରିକ ପରିବାର ଗଠନ କରନ୍ତି। ଡେଭିଡ୍‌ର କୌତୁହଳ ଏବଂ ସ୍ୱାଧୀନ ଆତ୍ମା ତା’କୁ ଏପରି ଏକ ସମାଜ ଭିତରେ ଦ୍ୱନ୍ଦ୍ୱରେ ପକାଇଥାଏ। ଏହା ଅନୁକୂଳତା ଦାବି କରେ । 

ସିମୋନ୍ ଏବଂ ଇନେସ୍‌ଙ୍କୁ ପିତାମାତାଙ୍କ ଅନିଶ୍ଚିତତାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ପିଲାର ବ୍ୟକ୍ତିତ୍ୱକୁ ଗ୍ରହଣ କରିବା ଲାଗି ଶିଖିବାକୁ ପଡ଼ୁଛି, ଏମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି ।