୫୮ ବର୍ଷରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ

ନୂଆଦିଲ୍ଲୀ : ପୁଣି ଫେରିରେ ସିଦ୍ଧୁ ମୁସେୱାଲା। ମୁସେୱାଲଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି ବାଲ କୌର ସିଂହ ଏବଂ ଚରଣ କୌର ସିଂହ। ପୁତ୍ର ସନ୍ତାନ ପାଇଲେ ସିଦ୍ଧୁ ମୁସେୱାଲାଙ୍କ ବାପାମାଆ। ବାଲକୌର ଏନେଇ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି। ବାଲ କୌର ସିଦ୍ଧୁ ମୁସେୱାଲାଙ୍କ ଫଟୋ ପାଖରେ ଶିଶୁପୁତ୍ରକୁ ଧରି ଉଠାଇଥିବା ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, "ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦରେ ସର୍ବଶକ୍ତିମାନ ଶୁଭଙ୍କ ସାନଭାଇଙ୍କୁ ଆମେ କୋଳରେ ପାଇଛୁ। ୱେହେଗୁରୁଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛନ୍ତି। ସମର୍ଥନ ଓ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ।"

Mar 17, 2024 - 14:41
 2
୫୮ ବର୍ଷରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ