ଅଷ୍ଟମ ଦିବସର ଗାଥା...

Oct 1, 2025 - 10:37
 16
ଅଷ୍ଟମ ଦିବସର ଗାଥା...

ଆଜି ନବରାତ୍ରୀ ମହୋତ୍ସବର ଅଷ୍ଟମ ଦିବସ। 

ମହାଷ୍ଟମୀ ନାମରେ ପରିଚିତ। ଯୋଗମାୟା ସର୍ବ ଶୁଭଙ୍କରୀ ପାପ ବିନାଶିନୀ ମାଁ ଦୂର୍ଗା ଦେବୀ ମହାଗୈ।ରୀ ସ୍ଵରୂପରେ ପୂଜା ପାଆନ୍ତି। 

ସେ ଚନ୍ଦ୍ରଙ୍କ ଶୀତଳ ଜ୍ୟୋତ୍ସ୍ନା ପରି ଶୁଭ୍ର ଶୁଦ୍ଧ ଏବଂ ଅମୃତମୟ। 

ସେ ଶ୍ଵେତ ବସ୍ତ୍ର ପରିଧାନ କରି ଶ୍ଵେତ ବୃଷଭ ଉପରେ ଆସୀନ ହୋଇଥାନ୍ତି। 

ବ୍ରହ୍ମ ଦେବଙ୍କ ଇଛାନୁସାରେ ଏକ କୁଆଁରୀ ରୂପରେ ସେ ଶୁମ୍ଭ ନିଶୁମ୍ଭ ଚଣ୍ଡମୁଣ୍ଡ ପରି ଅନେକ ଦୁର୍ଦ୍ଧଷ ଅସୁରମାନଙ୍କୁ ନିଧନ କରିଥିଲେ। 

ଶିବ ପୁରାଣ, ଦେବୀ ମହାତ୍ମ୍ୟ ଏବଂ ମାର୍କଣ୍ଡେୟ ପୁରାଣରେ ତାଙ୍କୁ ମହାସରସ୍ୱତୀ କିମ୍ବା ଅମ୍ବିକା ଆଖ୍ୟା ଦିଆଯାଇଛି। 

ଏହି ଦେବୀଙ୍କ ଉପାସନାରେ ମାନସିକ ଶାନ୍ତି କାନ୍ତି ସହ ଞାନରେ ପରିବର୍ଦ୍ଧିତ ହୋଇଥାଏ। ରାହୁଗ୍ରହଙ୍କ ସମସ୍ତ କୁପ୍ରଭାବ ମଧ୍ୟ ବିନାଶ ହୋଇଥାଏ।