ଇଫି ୨୦୨୬: ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର୍ ଟ୍ରେନ୍’ ଜିତିଲା ସିଲଭର୍ ପିକକ୍ – ସ୍ୱତନ୍ତ୍ର ଜୁରୀ ପୁରସ୍କାର...

Nov 29, 2026 - 16:41
 3
ଇଫି ୨୦୨୬: ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର୍ ଟ୍ରେନ୍’ ଜିତିଲା ସିଲଭର୍ ପିକକ୍ – ସ୍ୱତନ୍ତ୍ର ଜୁରୀ ପୁରସ୍କାର...

ଲୋରେଞ୍ଜୋ ଫେରୋ ଏବଂ ଲୁକାସ୍ ଏ. ଭିଗ୍ନାଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର 'ଦ ରିଭର ଟ୍ରେନ୍' ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ସିଲଭର୍ ପିକକ୍ – ସ୍ୱତନ୍ତ୍ର ଜୁରୀ ପୁରସ୍କାର ପାଇଛି । 

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାର ଏବଂ ମହୋତ୍ସବ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରର ସ୍ୱତନ୍ତ୍ର ଅଭିବ୍ୟକ୍ତିକୁ ସ୍ୱୀକୃତି ଦେଇ ବିଚାରକ ମଣ୍ଡଳୀ ଏହାର କାହାଣୀ ବର୍ଣ୍ଣନା ଲାଗି ପରୀକ୍ଷାମୂଳକ ପଦ୍ଧତି ଏବଂ ଶିଶୁ ଦୃଷ୍ଟିକୋଣ ମାଧ୍ୟମରେ ସିନେମାର ସମ୍ଭାବନାକୁ ଅନୁସନ୍ଧାନ କରିବାର କ୍ଷମତାକୁ ପ୍ରଶଂସା କରିଥିଲେ। 

ଚିରାଚରିତ ସୀମା ଠାରୁ ଆଗକୁ ବଢ଼ି ଏକ ସତେଜ ଅଭିଜ୍ଞତା ପ୍ରଦାନ କରିଥିବାରୁ ବିଚାରକ ମଣ୍ଡଳୀ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି ।

ଆର୍ଜେଣ୍ଟିନାର ଏକ ଦୂର ଗାଁରେ ନଅ ବର୍ଷର ବାଳକ ମାଇଲୋ ରୁହେ, ଯେଉଁଠାରେ ସେ 'ମାଲାମ୍ବୋ' ନୃତ୍ୟ ଶିଖୁଛି। କିନ୍ତୁ ତା’ର ସ୍ୱପ୍ନ କିଛି ଅଲଗା। 

ସେ ଟ୍ରେନରେ ଯାତ୍ରା କରିବାକୁ ଏବଂ ବ୍ୟୁନସ୍‌ ଆୟର୍ସ ସହରକୁ ଦେଖିବାକୁ ଚାହେଁ । ଏମିତି ଏକ ସହର ଯାହାକୁ ସେ କେବଳ ଚଳଚ୍ଚିତ୍ରରେ ଦେଖିଛି। 

ନିଜର ଏହି ଛୋଟ ଦୁନିଆରୁ ମୁକୁଳିବା ପାଇଁ, ତାକୁ ଏକ ନୂଆ ଯାତ୍ରା ଆରମ୍ଭ କରିବାର ସାହସ ଜୁଟାଇବାକୁ ପଡ଼ିବ; ଏକ ଏପରି ଯାତ୍ରା ଯେଉଁଥିରେ କେବଳ ଏକାକୀତ୍ୱ ହିଁ ରହିବ। ଏହା ହିଁ ଚଳଚ୍ଚିତ୍ରର କାହାଣୀ ।