ଏହି ସରକାର "ଗମ୍ଭୀରହୀନ ଲୋକଙ୍କ ସମାହାର" ଦରଦାମ ଅଣାୟତ୍ତ; ଖାଉଟିଙ୍କ ପାଇଁ ଯୋଜନା ନାହିଁ...
କଂଗ୍ରେସର ସାଂଗଠନିକ ରୂପରେଖ ଶେଷ ପର୍ଯ୍ୟାୟରେ
ଜାନୁଆରୀ ଫେବୃଆରୀ ଯାଏ ରାଜ୍ୟବ୍ୟାପୀ ବିଭିନ୍ନ ସମାବେଶ
ରାହୁଲ ଗାନ୍ଧି ଓ ଶିବକୁମାର ପ୍ରମୁଖ ଆସିବେ
କଂଗ୍ରେସ ଭବନଠାରେ ବିଭିନ୍ନ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ,
ଏହି ସରକାର କୌଣସି ବିଷୟରେ ଗମ୍ଭୀର ନୁହଁନ୍ତି, ଶିଳ୍ପପତିଙ୍କ ଚାରିପଟେ ସରକାର ଘୂରୁଛି, ଖାଉଟିଙ୍କ ସ୍ୱାର୍ଥ ପାଇଁ କୌଣସି ଯୋଜନା ନାହିଁ।
ଦରବୃଦ୍ଧି ୯.୮ ହେଲାଣି, ଲୋକେ ବଞ୍ଚିବେ କିପରି?
ଦରଦାମ ବୃଦ୍ଧି ଯୋଗୁଁ ଲୋକେ କିଣିପାରୁ ନାହାନ୍ତି, ଏପରିକି ପନିପରିବା ମଧ୍ୟ ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟି କ୍ରୟ କରିବାକୁ ଅକ୍ଷମ l ଜନତା ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ଡକୁମେଣ୍ଟସ୍ ସରକାର ଦେଖାଉ ନାହାନ୍ତି।
ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ୱେରହାଉସ୍ କରିପାରିଲେ ନାହିଁ ଯେଉଁଠି ଆମ କୃଷି ଉତ୍ପାଦିତ ଦ୍ରବ୍ୟ ସାଇତି ରଖାହେବ।
କେଉଁ ଉତ୍ପାଦିତ ଦ୍ରବ୍ୟ କେତେ ଉତ୍ପାଦିତ ହେଉଛି ତାର ପରିମାଣ ମଧ୍ୟ ଜାଣି ନାହାନ୍ତି l
ପ୍ରକୃତରେ ସରକାରଙ୍କ ହାତରେ ମୂଲ୍ୟ ନିୟନ୍ତ୍ରଣ ନାହିଁ, କାରଣ ଏମାନଙ୍କୁ ଶାସନ କରିବା ଜଣା ନାହିଁ, ବର୍ତମାନର ସରକାର ଗମ୍ଭୀରହୀନ ବ୍ୟକ୍ତି ବିଶେଷଙ୍କ ଏକ ସମାହାର, ଜଣେ ସଦସ୍ୟ ମଧ୍ୟ ଗମ୍ଭୀର ନୁହଁନ୍ତି l
ସମସ୍ତ ସରକାରୀ ଅଫିସ୍ ଓ ଲାଇନ୍ ଅଫିସ ମାନଙ୍କୁ ବିଜେପି ନେତାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି।
କର୍ଣ୍ଣାଟକ ଓ ଓଡ଼ିଶାର ରାଜନୀତି ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଆମେ ନାରୀ ନ୍ୟାୟ, ସମ୍ବିଧାନ ବଞ୍ଚାଅ, ଖଣି ଆନ୍ଦୋଳନ କରିଛୁ।
ଆମ ଜିଲ୍ଲା ଓ ବ୍ଲକ୍ କମିଟି ଗଠିତ ହୋଇଛି, ଅଳ୍ପ କିଛି ବାକି ଅଛି। ସମ୍ପୂର୍ଣ ହେଲେ, ଏହାର ବ୍ୟାପକ ସୂରୂପ ରାଜରାସ୍ତାରେ ଦେଖାଯିବ l
କଂଗ୍ରେସ କାର୍ଯ୍ୟକର୍ତ୍ତା ଟ୍ରେନିଂ ପ୍ରୋଗ୍ରାମ କରାଯିବ, ପରେ ବିରାଟ ସମାବେଶ ଗୁଡ଼ିକ ହେବ, ଅକ୍ଟୋବରରୁ ଆରମ୍ଭ ହୋଇ ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ ଚାଲିବ।
ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଂଗଠନ ସଚିବ କେସି ବେନୁଗୋପାଲ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିକୁମାର ଆସିବାର କାର୍ଯ୍ୟକ୍ରମ ରହିଛି, ଜେନ-ଜୀ ସଭା ଗୁଡ଼ିକ ମଧ୍ୟ ଆୟୋଜନ କରାଯିବ l
ଗୋଟିଏ ଗୋଟିଏ ବ୍ଲକରେ ଅନ୍ୟୁନ 5 କିଲୋମିଟର ପଦଯାତ୍ରା ହେବ।
ବିଭିନ୍ନ ସମସ୍ୟା ଉତ୍ଥାପନ କରାଯିବା ସହ କର୍ମୀଙ୍କ ସହ ମିଶିକି କଂଗ୍ରେସକୁ ତୃଣମୁଳ ସ୍ତରରେ ମଜବୁତ କରାଯିବ l ଓଡ଼ିଶାରେ ଛାତ୍ର କି ଗୁଞ୍ଜ କାର୍ଯ୍ୟକ୍ରମ କଂଗ୍ରେସ କରିବ l
ଶ୍ରୀ ଦାସ କହିଥିଲେ, ଏମଏମଡିଆର ବିଷୟରେ ସରକାରଙ୍କୁ ଆଲୋଚନା କରିବା ପାଇଁ ଖୋଲା ଚାଲେଞ୍ଜ କରିଥିଲି, କିନ୍ତୁ ସେମାନେ ଆସିଲେନି।
କଂଗ୍ରେସ ଜନତାଙ୍କୁ ବିଭ୍ରାନ୍ତ କରୁନାହିଁ। ପ୍ରକୃତରେ ସରକାର ମିଛ କହୁଛନ୍ତି, ତେଣୁ ବିତର୍କକୁ ଆସୁ ନାହାନ୍ତି l
ସରକାର ଖର୍ଚ୍ଚ କରିବା ପାଇଁ ତାଙ୍କ ପାଖରେ ମାନବ ସମ୍ବଳ ଓ ବୈଷୟିକ ସମ୍ବଳ ନାହିଁ।
ତେଣୁ ଖର୍ଚ୍ଚ କରିପାରୁ ନାହାନ୍ତି। କେନ୍ଦ୍ର ଯେତେ ଅନୁଦାନ ଦେଲେ କଣ ହେବ ?
ଆମ ଖଣିଜ ସମ୍ପଦରୁ ଯେତେ ରାଜସ୍ୱ ଦେଉଛୁ ସେହି ପରିମାଣରେ ଅନୁଦାନ ବୃଦ୍ଧି ହେଉନାହିଁ।
ସରକାର କେବଳ ଅଦାନି ଅମ୍ବାନୀ ଓ କିଛି ଶିଳ୍ପ ସଂସ୍ଥାଙ୍କ ସ୍ୱାର୍ଥ ପାଇଁ କାମ କରୁଛି, ମୁଖ୍ୟମନ୍ତ୍ରୀ କାହିଁକି ଦୁବାଇ ଯାଇଥିଲେ ?
କଣ ନିବେଶ ଆସିବ ?
ଗତ ଦୁଇ ବର୍ଷରେ ଗୋଟିଏ ହେଲେ କାରଖାନା ବସେଇଲେଣି କି?
କେବଳ ଭାଷଣରେ ସୀମିତ ଏଇ ସରକାର l ସମ୍ପୂର୍ଣ ଦାୟିତ୍ୱହୀନ ସରକାରକୁ କ୍ଷମତାରୁ ହଟାଇବାକୁ ପଡ଼ିବ l