*ଲିଙ୍ଗରାଜ ମହାପ୍ରଭୁଙ୍କ ଆଇନ ପାଇଁ ଆଇନ ମନ୍ତ୍ରୀଙ୍କ ଦ୍ଵାରସ୍ଥ ହେଲେ ସେବା ପ୍ରତିନିଧି.

*ଲିଙ୍ଗରାଜ ମହାପ୍ରଭୁଙ୍କ ଆଇନ ପାଇଁ ଆଇନ ମନ୍ତ୍ରୀଙ୍କ ଦ୍ଵାରସ୍ଥ ହେଲେ ସେବା ପ୍ରତିନିଧି* ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଶନିବାର ଦିନ ମାନ୍ୟବର ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କର ନୀତି ନିମନ୍ତେ ସ୍ଵତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ଅନୁରୋଧ କରିଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ କାର୍ଯ୍ୟର ବ୍ୟସ୍ତତା ଦୃଷ୍ଟିରୁ ସୋମବାର ଦିନ ଭେଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମିଶ୍ରଙ୍କ ସହିତ ହୃଷୀକେଶ ବେହେରା, ଅଶୋକ କୁମାର ମହାରଣା,ସୈ।ଦାମିନୀ ସାମଲ, ପତିତପାବନ ପଣ୍ଡା,ତାରା ଚରଣ ଆଚାର୍ଯ୍ୟ, ଗିରିଜା ଶଙ୍କର ମହାପାତ୍ର, ପୀୟୂଷ ମହାନ୍ତି ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ମାନ୍ୟବର ଆଇନ ମନ୍ତ୍ରୀଙ୍କ କଥା ଅନୁସାରେ ମନ୍ତ୍ରୀଙ୍କ ଜନ ଶୁଣାଣି ଶିବିରକୁ ଯାଇଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ ପ୍ରଥମେ ସେବା ପ୍ରତିନିଧିର ସମସ୍ତଙ୍କୁ ନିଜ କୋଠରୀକୁ ଡାକିଥିଲେ। ମହାପ୍ରଭୁ ଲିଙ୍ଗରାଜଙ୍କ ନିମନ୍ତେ ସ୍ଵତନ୍ତ୍ର ଆଇନ ପ୍ରଣୟନ କରାଯାଉ , ବନ୍ଦ ରହିଥିବା ନୀତି କାନ୍ତି ପୁନର୍ବାର କାର୍ଯ୍ୟକାରୀ କରାଯାଉ, ଲିଙ୍ଗରାଜ ମହାପ୍ରଭୁଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତ କରାଯାଉ ବୋଲି ସେବା ପ୍ରତିନିଧିର ସଦସ୍ୟମାନେ ତାଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ ଧୈର୍ଯ୍ୟର ସହିତ ସମସ୍ତ କଥା ଶୁଣିଥିଲେ।ବର୍ଷକ ଭିତରେ ସବୁ କାର୍ଯ୍ୟକାରୀ କରାଯିବ ବୋଲି ନିର୍ଭର ସହମତି ଦେଇଥିଲେ। ଚଳିତ ମାସ ୨୬ ତାରିଖରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ମହୋଦୟ ଜଣାଇଥିଲେ। ପରିଶେଷରେ ଶ୍ରୀ ମିଶ୍ର ମନ୍ତ୍ରୀ ମହୋଦୟଙ୍କୁ ଏ ବାବଦୀୟ ଦାବିପତ୍ର ପ୍ରଦାନ କରିଥିଲେ।

May 14, 2025 - 11:23
 33
*ଲିଙ୍ଗରାଜ ମହାପ୍ରଭୁଙ୍କ ଆଇନ ପାଇଁ ଆଇନ ମନ୍ତ୍ରୀଙ୍କ ଦ୍ଵାରସ୍ଥ ହେଲେ ସେବା ପ୍ରତିନିଧି.