କଂଗ୍ରସ ଅନାସ୍ଥା ପ୍ରସ୍ତାବରେ ବିଜେଡି ଏକ ପ୍ରକାର ସହମତି ଦେଇ ନାହିଁ, ସମୟକୁ ଅପେକ୍ଷାରେ ବିଜେଡି !

Sep 18, 2025 - 21:10
 7
କଂଗ୍ରସ ଅନାସ୍ଥା ପ୍ରସ୍ତାବରେ ବିଜେଡି ଏକ ପ୍ରକାର ସହମତି ଦେଇ ନାହିଁ, ସମୟକୁ ଅପେକ୍ଷାରେ ବିଜେଡି !

ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଛି । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି ବିଧାୟକଙ୍କ ସମର୍ଥନ ଲୋଡିଛନ୍ତି। 

ନବୀନଙ୍କ ଚାମ୍ବରରେ ପହଞ୍ଚି ବିଜେଡିର ସମର୍ଥନ ଲୋଡିଛି କଂଗ୍ରେସ। ଏଡାକୁ ନେଇ ନବୀନ ନିବାସରେ ଏକ ବୈଠକ ହୋଇଥିଲା। 

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଅନାସ୍ଥା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି। ବାଚସ୍ପତି କେବେ ଗ୍ରହଣ କରିବେ ଜଣା ନାହିଁ, ଆଗୁଆ ନିଷ୍ପତ୍ତି ଠିକ ନୁହେଁ। ଅନାସ୍ଥା ସମ୍ପର୍କରେ ଦଳ ଠିକ ସମୟରେ ନିଷ୍ପତ୍ତି ନେବ।