କଲେଜ ଓ ବିଶ୍ବବିଦ୍ୟାଳୟ ହେବ ନିଶା ମୁକ୍ତ ଅଂଚଳ...

Oct 30, 2025 - 21:46
 8
କଲେଜ ଓ ବିଶ୍ବବିଦ୍ୟାଳୟ ହେବ ନିଶା ମୁକ୍ତ ଅଂଚଳ...

ପ୍ରତି କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର । କଲେଜ ଓ ବିଶ୍ଵ ବିଦ୍ୟାଳୟର ଜଣେ ଅଧ୍ୟାପକ/ ଅଧ୍ୟାପିକାଙ୍କୁ ଦିଆଯିବ ଦାୟିତ୍ଵ । କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

 ସପ୍ତାହେ ବ୍ୟାପୀ କଲେଜ ଓ ବିଶ୍ବ ବିଦ୍ୟାଳୟରେ ହେବ ଆଲୋଚନା । ଯୋଗ, ଶାରୀରିକ ଦକ୍ଷତା, ପୁଷ୍ଟିକର ଖାଦ୍ୟା ଉପରେ ଗୁରୁତ୍ଵ ଦିଆଯିବ । ଏଥିସହ ସହ ସଚେତନତା ଉପରେ ଅଧୂକ ଗୁରୁତ୍ଵ ଦିଆଯିବ। ଦେଶରେ କିଛି କଲେଜ ଏବଂ ବିଶ୍ବ ବିଦ୍ୟାଳୟରେ ଏଭଳି ଅବସ୍ଥା ପରେ UGC ନିଶାମୁକ୍ତ କ୍ୟାମ୍ପସ ଗଠନ କରିବାକୁ ପ୍ରୟାସ ନେଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।